ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମହାନଦୀରୁ ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

0

କଟକ: ମହାନଦୀରୁ ପୂର୍ବତନ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ ନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଲାଗିଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ। ମୃତକ ହେଲେ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ। ତାଙ୍କ ଘର ରାଜେନ୍ଦ୍ରନଗରରେ ବୋଲି ଜଣାପଡିଛି।

ପୋଲିସର ସୂଚନା ଅନୁଯାୟୀ, ବୈଷ୍ଣବ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପାଖ ଅଞ୍ଚଳରେ ରହୁଥିଲେ। ସେ ଗତ ୧୫ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା ପୋଲିସ। ତେବେ ସ୍ଥାନୀୟ ଲୋକେ ବୈଷ୍ଣବଙ୍କ ମୃତଦେହ ମହାନଦୀରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି।

ତେବେ ପୂର୍ବତନ ପ୍ରଫେସର ବୈଷ୍ଣବ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.