ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏମ୍ସରୁ ମିଳିଲା ରୋଗୀଙ୍କ ଝୁଲନ୍ତା ମୃତଦେହ

0

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଅର୍ଥୋପେଡିକ ୱାର୍ଡ ଭିତରେ ଜଣେ ରୋଗୀଙ୍କ ସନ୍ଦେହ ଜନକ ମତ୍ୟୁ ଘଟିଛି। ବେଡ ଉପରେ ଲାଗିଥିବା ଫ୍ୟାନରୁ ରୋଗୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଯାଜପୁର ଜିଲା ଅଟଳପୁର ଗାଁର ୭୦ ବର୍ଷୀୟ ଦିଲୀପ କୁମାର ସାହୁ।ଦିଲୀପ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଦିଲୀପ ଗତ ଡିସେମ୍ବର ୫ ତାରିଖରେ ଏମ୍ସ ଅର୍ଥୋପେଡିକ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେ ୫ନମ୍ବର ବେଡରେ ରହୁଥିଲେ। ମଙ୍ଗଳବାର ସକାଳେ ନିଜ ବେଡ ଉପରେ ଲାଗିଥିବା ଫ୍ୟାନରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଦିଲୀପ ରହୁଥିବା ୱାର୍ଡରେ ୧୦ ଜଣ କର୍ମଚାରୀ ନିୟୋଜିତ ଥିଲେ। ଏଥିସହ ୱାର୍ଡରେ ଆଟେନାଣ୍ଟ ଭାବେ ଦିଲୀପଙ୍କ ପାଖରେ ତାଙ୍କ ଝିଅ ରହୁଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.