ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଲାଞ୍ଚ ନେବାବେଳେ ଧରାପଡି ଗିରଫ ହେଲେ ସେକ୍ସନ ଅଫିସର

0

ନବରଙ୍ଗପୁର: ଗିରଫ ହେଲେ ସେକ୍ସନ ଅଫିସର। ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବିଇଓଙ୍କ ଅଫିସର ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଛି।

ସୂଚନା ଅନୁଯାୟୀ, ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ସାହୁଙ୍କ ପେନ୍‌ସନ୍ କାମ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୨୦୧୧ରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କ ପେନସନ କାମ ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀଙ୍କ ପାଖରେ ଅଟକି ରହିଥିଲା। ସେକ୍ସନ ଅଫିସର ଶ୍ରୀ ଷଡ଼ଙ୍ଗୀ ଲାଞ୍ଚ ମାଗିବା ପରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାହୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ସୂଚନା ପାଇ ଯୋଜନା ଆରମ୍ଭ କରିଥିଲା ଭିଜିଲାନ୍ସ ବିଭାଗ। ଯୋଜନା ଅନୁସାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଣଙ୍କ ଆଜି ସେକ୍ସନ ଅଫିସର ଶ୍ରୀ ଷଡ଼ଙ୍ଗୀଙ୍କୁ ଲାଞ୍ଚ ବାବଦକୁ ୧୦ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

ଲାଞ୍ଚ ନେଇ ଧରାପଡ଼ିବା ପରେ ସେକ୍ସନ ଅଫିସର ଶ୍ରୀ ଷଡ଼ଙ୍ଗୀ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ଜାଣିବାକୁ ମିଳିଛି।

Leave A Reply

Your email address will not be published.