ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ; ୩ ଗିରଫ, ୧୮୦ ଲିଟର ମଦ ଜବତ

0

ମୟୂରଭଞ୍ଜ: ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ, ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ସୂଚନା ମୁତବକ, ସୋମବାର ବିଳମ୍ବିତ ରାତିରେ ଖୁଣ୍ଟାରୁ ରାଜାବାବୁ ନାମକ ଯାତ୍ରୀବାହୀ ବସ୍‌ ଭୁବନେଶ୍ୱର ଯାଉଥିବା ବେଳେ ଏଥିରେ ଚାଲାଣ ହେଉଥିଲା ଦେଶୀ ମଦ। ଦେଶୀ ମଦ ଚାଲାଣ ଖବର ପାଇ ପୋଲିସ ଉଦଳା ବସଷ୍ଟାଣ୍ଡରେ ଏହି ବସରେ ଚଢ଼ାଉ କରିଥିଲା। କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲା ପୋଲିସ।

ଏହି ଚଢାଉରେ ପୋଲିସ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରୁ ଦୁଇ ଜଣ ଭୁବନେଶ୍ୱର ହାଇଟେକ ଅଞ୍ଚଳର ସନ୍ୟାସୀ ବିଷୋୟୀଏବଂ ଉମାକାନ୍ତ ଦାସ ବୋଲି ଜଣାପଡିଛି। ଅନ୍ୟ ଅଭିଯୁକ୍ତ ଜଣଙ୍କ ଉଦଳା ଥାନା ଅମ୍ବିକାଦେଇପୁର ଅଞ୍ଚଳର ପୁଟୁ ସିଂ ବୋଲି ପରିଚୟ ମିଳିଛି। ଭୁବନେଶ୍ୱର ଅଞ୍ଚଳର ଦୁଇବେପାରୀ ଚୋରା ଦେଶୀ ମଦ ନେବା ପାଇଁ ଭୁବନେଶ୍ୱରରୁ ବସରେ ଆସି ଖୁଣ୍ଟାରେ ପହଞ୍ଚିଥିଲେ। ସେମାନେ ଖୁଣ୍ଟା ଅଞ୍ଚଳରୁ ଦେଶୀ ମଦ ନେଇ ଭୁବନେଶ୍ୱର ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ।

Leave A Reply

Your email address will not be published.