ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ

0

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଠାରୁ ବଡ଼ ଆକାରର ସମ୍ପତ୍ତି ଜବତ। ବିଜୟ ମାଲ୍ୟାଙ୍କ ଠାରୁ ୧୪ହଜାର ୧୩୧ଟଙ୍କା ସମ୍ପତ୍ତି ଜବତ ହୋଇଥିବାବେଳେ ନୀରବ ମୋଦିଙ୍କ ଠାରୁ ୧ହଜାର ୫୨କୋଟି ଟଙ୍କା ଜବତ ହୋଇଛି। ଦେଶରେ ବ୍ୟାଙ୍କଗୁଡିକୁ ଚୂନା ଲଗାଇ ଏମାନେ ଦେଶ ଛାଡିଥିଲେ। ଏବେ ଏହି ଦୁଇଠକଙ୍କ ଠାରୁ ଭାରତ ସରକାର କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରବାରେ ସଫଳ ହୋଇଛନ୍ତି। ଶୀତକାଳୀନ ଅଧିବେଶନରେ ସଂସଦକୁ ଏଭଳି ତଥ୍ୟ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

,ଆର୍ଥିକ ଅପରାଧ ସହ ଜଡିତ ଲୋକଙ୍କ ଠାରୁ ମୋଟ ୨୨ହଜାର ୨ଶହ ୮୦କୋଟି ଟଙ୍କା ଜବତ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି। ତେବେ ଏହିସବୁ ଜବତ ହୋଇଥିବା ସମ୍ପତ୍ତି ବ୍ୟାଙ୍କଗୁଡିକୁ ଫେରାଇ ଦିଆଯାଇଥିବା ନିର୍ମଳା କହିଛନ୍ତି। ନୀରବ ମୋଦିଙ୍କ ମାମଲାରେ ୧ହଜାର ୫୨.୫୮କୋଟି ଟଙ୍କା ସାର୍ବଜନୀକ ଓ ଘରୋଇ ବ୍ୟାଙ୍କଗୁଡିକୁ ପ୍ରଦାନ କରାଯାଇଛି। ଏହାସହ ସରକାର ଏପରି ସମ୍ପତ୍ତି ଜବତ କରି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ, ଦେଶରୁ ଲୁଟ୍‌ କରି ବିଦେଶକୁ ପଳାଇଲେ ବି ରକ୍ଷା ମିଳିବ ନାହିଁ।

୧.ନ୍ୟାଶନାଲ ସ୍ପଟ ଏକସ୍ଚେଞ୍ଜ ଲିମିଟେଡ୍‌(ଏନଏସଇଏଲ) ଦୂର୍ନୀତି: ୭୦.୪୭କୋଟି ଟଙ୍କାର ସମ୍ପତ୍ତି ଜବତ
୨.ଏସଆରଏସ ଗ୍ରୁପ୍‌: ୨୦.୧୫କୋଟି ଟଙ୍କାର ସମ୍ପତ୍ତି ଜବତ
୩.ରୋଜ୍‌ ଭ୍ୟାଲି ଦୂର୍ନୀତି: ୧୯.୧୬କୋଟି ଟଙ୍କାର ସମ୍ପତ୍ତି ଜଜବତ
୪.ସୂର୍ଯ୍ୟାଫାର୍ମାସୁଟିକାଲ ଲିମିଟେଡ୍‌: ୧୯.୪୦କୋଟି ଟଙ୍କାର ସମ୍ପତ୍ତି ଜବତ
୫.ମେହୁଲ ଚୋକସି ମାମଲା: ୨୫୬୫ କୋଟି ଟଙ୍କାର ସମ୍ପତ୍ତି ନିଲାମ

ସୀତାରମଣ କହିଛନ୍ତି,୨୦୧୫ରେ ଲାଗୁ ହୋଇଥିବା ବ୍ଲାକମନି ଆକ୍ଟ ଟ୍ୟାକ୍ସପେୟାରଙ୍କ ଉପରେ ବଡ଼ ପ୍ରଭାବ ପକାଇଥିଲା। ଏହା ଅଧିନରେ ୨୦୨୪-୨୫ରେ ୨ଲକ୍ଷ କରଦାତାଙ୍କ ବିଦେଶ ସମ୍ପତ୍ତିର ଖୁଲାସା କରାଯାଇଥିଲା। ଯେତେବେଳେ କି, ୨୦୨୧-୨୨ରେ ଏପରି କରଦାତା ୬୦ହଜାର ୪୬୭ରହିଥିଲା। ଜୁନ ୨୦୨୪ ଏହିଆଇନ ଅଧିନରେ ୬୯୭ ମାମଲାରେ ୧୭ହଜାର ୫୨୦କୋଟି ଟଙ୍କା ଜବତ କରାଯାଇଥିଲାବେଳେ ମୋଟ ୧୬୩ ମାମଲା ରୁଜୁ କରାଯାଇଥିଲା।

Leave A Reply

Your email address will not be published.