ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

0

ଭୁବନେଶ୍ବର: ଖ୍ୟାତନାମା ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ମର୍ଯ୍ୟାଦାଜନକ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ତାଙ୍କ ରଚିତ ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ପାଇଁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।

୧୯୩୯ ମସିହା ଫେବୃଆରୀ ୨୭ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ସାମଲ ନିଜ ସାହିତ୍ୟ କୃତି ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଜଣେ ଅଧ୍ୟାପକ ଓ ଗବେଷକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ବିଶ୍ୱଭାରତୀ ପର୍ଯ୍ୟନ୍ତ ଯାତ୍ରା ଓ ଅନେକ ସୃଷ୍ଟିର ସଂଭାର ତାଙ୍କୁ ଉଭୟ ଶିକ୍ଷକ, ଛାତ୍ରଛାତ୍ରୀ, ଗବେଷକ ଓ ପାଠକଙ୍କ ନିକଟରେ ପରିଚିତ କରାଇପାରିଛି। ଶ୍ରେଣୀକକ୍ଷ ଠାରୁ ସଭାକକ୍ଷ ଓ ମୁକ୍ତମଞ୍ଚର ଶ୍ରୋତାଙ୍କୁ ବିମୁଗ୍ଧ କରିଛି।

ବୈଷ୍ଣବ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର୍‌ ଭାବେ କାର୍ଯ୍ୟ କରିଛନ୍ତି। ଓଡ଼ିଆ ସାହିତ୍ୟର ଇତିହାସ, ଓ ଗଳ୍ପର ଇତିବୃତ୍ତ, ଓ ଗଳ୍ପ: ଉନ୍ମେଷ ଓ ଉଚ୍ଚାରଣ, ସମୀକ୍ଷାଲୋକ, ସମାଲୋଚନା: ସ୍ବର ଓ ସ୍ବାକ୍ଷର ଆଦି ସମେତ ତାଙ୍କର ୧୨୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବା ନେଇ ଘୋଷଣା କରାଯାଇଥିବାରୁ ସାହିତ୍ୟ ଜଗତରେ ଆନନ୍ଦର ଲହରି ଖେଳିଯାଇଛି।

ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ରଚିତ ପୁସ୍ତକ ମଧ୍ୟରେ ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିବୃତ୍ତ, ଜଣେ ବଣା ବାଟୋଇର କାହାଣୀ, କହଇ ଅଭିରାମ ବାଇ, ଗଣକବି ସାହିତ୍ୟ ସମୀକ୍ଷା, ଲାବଣ୍ୟବତୀ, ଓଡ଼ିଆ ସାହିତ୍ୟର ଇତିହାସ, ଅତିବଡ଼ି ଜଗନ୍ନାଥ ଦାସ, ଓଡ଼ିଆ ଗଳ୍ପ-ଉନ୍ମେଷ ଓ ଉତ୍ତରଣ, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା, ଓଡ଼ିଆ ସାହିତ୍ୟରେ ରାଧାନାଥ ଓ ସତ୍ୟବାଦୀ ଯୁଗ, ଘଟେ ଘଟେ ଅଶ୍ୱଥମା ଓ ଅନ୍ୟାନ୍ୟ ପ୍ରବନ୍ଧ, ଏକା ଏକା ନକ୍ଷତ୍ର, ଆଲୋକ ଆଲୋକନ ବିଲୋକନ ଏବଂ ସଂସ୍କୃତିର ମହକ ସାହିତ୍ୟର ଚମକ ଅନ୍ୟତମ।

Leave A Reply

Your email address will not be published.