ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣିଲେ ବିଜେପି ମହିଳା ସାଂସଦ

0

ନୂଆଦିଲ୍ଲୀ: ସଂସଦରେ ଆଜି ଠେଲାପେଲା ବିବାଦ ଏବେ ବଡ ରାଜନୈତିକ ମୁଦ୍ଦା ହୋଇଗଲାଣି। ବିଜେପି ରାହୁଲଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରିଛି । ଏ ସବୁ ଭିତରେ ଏବେ ରାହୁଲ ଗାନ୍ଧୀଙ୍କ ଉପରେ ଜଣେ ବିଜେପି ମହିଳା ସାଂସଦ ବଡ ଆରୋପ ଲଗାଇଛନ୍ତି କି, ରାହୁଲ ତାଙ୍କୁ ଧକ୍କା ଦେଇଛନ୍ତି ଏବଂ ସେ ଡରି କରି ଅସହଜ ଅନୁଭବ କଲେ।

ଏହି ସମୟରେ ରାଜ୍ୟ ସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାଗାଲାଣ୍ଡ ଭାଜପା ସାଂସଦ ଫାଙ୍ଗନନ କୋନ୍ୟାକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ସଂସଦର ମକର ଫାଟକ ନିକଟରେ ଅନ୍ୟ ଏମ୍‌ପିଙ୍କ ସହ ବିରୋଧ କରୁଥିଲେ ସେତେବେଳେ ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ନିକଟକୁ ଆସିଥିଲେ ଆଉ ପାଟି କରିଥିଲେ।

ସେ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଏକ ଚିଠି ଲେଖି କହିଛନ୍ତି, ରାହୁଲ ତାଙ୍କ ସହ ଅଶାଳୀନ ବ୍ୟବହାର କରିଛନ୍ତି। ସେ ମୋର ମାନ ସମ୍ମାନକୁ ଆଘାତ କରିଛନ୍ତି। ହଠାତ୍ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ସାଂସଦମାନେ ତାଙ୍କ ପାଇଁ ଥିବା ରାସ୍ତାରେ ନଯାଇ ସିଧା ମୋ ସାମ୍ନାକୁ ଆସିଥିଲେ । ସେ ମୋ ସହ ଦୁର୍ବ୍ୟବହାର କରିବା ସହ ମୋତେ ଉଚ୍ଚ ସ୍ୱରରେ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀଦଳର ନେତା ନିକଟତର ହୋଇଥିଲେ ଏବଂ ମୋତେ ଏହା ଭଲ ଲାଗିଲା ନାହିଁ। ଆଜି ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ, ଏହା ହେବା ଉଚିତ୍‌ ନୁହେଁ । ଯାହାକୁ ନେଇ ମୁଁ ମଧ୍ୟ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛି।

Leave A Reply

Your email address will not be published.