ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣିଲେ ବିଜେପି ମହିଳା ସାଂସଦ

0

ନୂଆଦିଲ୍ଲୀ: ସଂସଦରେ ଆଜି ଠେଲାପେଲା ବିବାଦ ଏବେ ବଡ ରାଜନୈତିକ ମୁଦ୍ଦା ହୋଇଗଲାଣି। ବିଜେପି ରାହୁଲଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରିଛି । ଏ ସବୁ ଭିତରେ ଏବେ ରାହୁଲ ଗାନ୍ଧୀଙ୍କ ଉପରେ ଜଣେ ବିଜେପି ମହିଳା ସାଂସଦ ବଡ ଆରୋପ ଲଗାଇଛନ୍ତି କି, ରାହୁଲ ତାଙ୍କୁ ଧକ୍କା ଦେଇଛନ୍ତି ଏବଂ ସେ ଡରି କରି ଅସହଜ ଅନୁଭବ କଲେ।

ଏହି ସମୟରେ ରାଜ୍ୟ ସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାଗାଲାଣ୍ଡ ଭାଜପା ସାଂସଦ ଫାଙ୍ଗନନ କୋନ୍ୟାକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ସଂସଦର ମକର ଫାଟକ ନିକଟରେ ଅନ୍ୟ ଏମ୍‌ପିଙ୍କ ସହ ବିରୋଧ କରୁଥିଲେ ସେତେବେଳେ ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ନିକଟକୁ ଆସିଥିଲେ ଆଉ ପାଟି କରିଥିଲେ।

ସେ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଏକ ଚିଠି ଲେଖି କହିଛନ୍ତି, ରାହୁଲ ତାଙ୍କ ସହ ଅଶାଳୀନ ବ୍ୟବହାର କରିଛନ୍ତି। ସେ ମୋର ମାନ ସମ୍ମାନକୁ ଆଘାତ କରିଛନ୍ତି। ହଠାତ୍ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ସାଂସଦମାନେ ତାଙ୍କ ପାଇଁ ଥିବା ରାସ୍ତାରେ ନଯାଇ ସିଧା ମୋ ସାମ୍ନାକୁ ଆସିଥିଲେ । ସେ ମୋ ସହ ଦୁର୍ବ୍ୟବହାର କରିବା ସହ ମୋତେ ଉଚ୍ଚ ସ୍ୱରରେ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀଦଳର ନେତା ନିକଟତର ହୋଇଥିଲେ ଏବଂ ମୋତେ ଏହା ଭଲ ଲାଗିଲା ନାହିଁ। ଆଜି ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ, ଏହା ହେବା ଉଚିତ୍‌ ନୁହେଁ । ଯାହାକୁ ନେଇ ମୁଁ ମଧ୍ୟ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛି।

Leave A Reply

Your email address will not be published.