ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଗିରଫ ହେଲେ ବୋରିଗୁମ୍ମା ଏଆରଆଇ

0

ବୋରିଗୁମ୍ମା: ଗିରଫ ହେଲେ ବୋରିଗୁମ୍ମା ତହସିଲ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ଗୁରୁବାର ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା। ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଶେଷରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ୧୭ ପ୍ଲଟ୍‌ ସହ ଗୋଟିଏ ୩ ତାଲା ବିଲ୍ଡିଂ୮୪ ଲକ୍ଷ ଡିପୋଜିଟ୍ ଓ ୧୫୦ ଗ୍ରାମ ସୁନା ଭିଜିଲାନ୍ସ ଜବତ କରିଥିଲା।

ଗତ ଗୁରୁବାର ରେନ୍ଦ୍ର ତନ୍ତୀଙ୍କର ବୋରିଗୁମାରେ ଅବସ୍ଥିତ ଆବାସିକ ଦୁଇ ମହଲା କୋଠା, ବୋରିଗୁମା ଠାରେ ତାଙ୍କ ଝିଅଙ୍କର ଆବାସିକ ଭଡ଼ା ଘର, ରଣସପୁରରେ ତାଙ୍କ ପୈତୃକ ଘର, ଗ୍ରାମ ହୋସ୍, ପି-ବୋରିଗୁମା, ଡିଷ୍ଟ-କୋରାପୁଟ , କୁମୁଟାରେ ଥିବା ସଂପର୍କୀୟଙ୍କ ଘର, ବୋରିଗୁମା ଠାରେ ତାଙ୍କ ସମ୍ପର୍କୀୟଙ୍କର ଦୁଇଟି ମହଲା କୋଠା, ବୋରିଗୁମା ଠାରେ ଦୁଇଟି ମହଲା ବଜାର କମ୍ପ୍ଲେକ୍ସ, ବୋରିଗୁମା ଠାରେ ତାଙ୍କର କୋଠା ଓ ବୋରିଗୁମାର କୁମୁଲି ଠାରେ ଶ୍ରୀ ତନ୍ତୀଙ୍କ ଅଫିସ୍ ଚାମ୍ବର ଆଦି ସ୍ଥାନଗୁଡ଼ିକରେ ଚଢ଼ାଉ କରାଯାଇଥିଲା। ଚଢ଼ଉ ବେଳେ ସୁରେନ୍ଦ୍ରଙ୍କ ଘରୁ ୧୫୦ ଗ୍ରାମର ସୁନା ଗହଣା, ୩ଟି କାର, ଗୋଟିଏ ବାଇକ୍, ବିଭିନ୍ନ ବ୍ୟାଙ୍କରେ ଜମା ଏବଂ ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା, ୧୭ଟି ପ୍ଲଟ ଏବଂ ଏକ ୩ ତଳ ବିଶିଷ୍ଟ କୋଠା ଠାବ କରିଥିଲା ଭିଜିଲାନ୍ସ।

ସେପଟେ କିନ୍ତୁ ଗୋଟିଏ ପଟେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ବେଳେ ଅନ୍ୟ ପଟେ ଡିପୋଜିଟ୍ ଟଙ୍କା ଫେରି ପାଇବାକୁ ଘର ଆଗରେ ଧାରଣା ଦେଇଥିଲେ ଜମାକାରୀ। ସ୍ୱାମୀ ସୁରେନ୍ଦ୍ର ତନ୍ତୀ ଭିଜିଲାନ୍ସ ହାତରେ ପଡ଼ିଥିବା ବେଳେ ସ୍ତ୍ରୀଙ୍କୁ ଘେରିଥିଲେ ଜମାକାରୀ। ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଗ୍ରାମବାସୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଛନ୍ତି ସୁରେନ୍ଦ୍ରଙ୍କ ପତ୍ନୀ। କିନ୍ତୁ ଟଙ୍କା ଫେରସ୍ତ ବେଳକୁ ଧରା ଛୁଆଁ ଦେଉନାହାନ୍ତି। ତେଣୁ ତାଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଥିବା ଜାଣି ଧାରଣା ଦେଇଥିଲେ ଜମାକାରୀ।

Leave A Reply

Your email address will not be published.