ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଧାନ କାଟୁଥିବା ବେଳେ ବିଦ୍ୟୁତ ତାର ଲାଗି ଜୀଅନ୍ତା ଜଳିଗଲେ ଚାଷୀ

0

ଚାନ୍ଦବାଲି: ଚାନ୍ଦବାଲି ନରସିଂହପୁର ବାଲିଗାଁ ୧୨ ନମ୍ବର ୱାର୍ଡ ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ। ଧାନ କାଟୁ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣଙ୍କ ହେଲେ ପ୍ରମୋଦ ଦାସ।

ପ୍ରମୋଦଙ୍କ ବିଲ ଦେଇ ୧୧ କେଭି ତାର ଯାଇଥିଲା। ଆଜି ସକାଳେ ପ୍ରମୋଦ ବିଲକୁ ଯାଇଥିବା ବେଳେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଯାଇଥିଲେ। ଏହାସହ ୨ ଏକର ଜମି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେବି ସେତେବେଳକୁ ପ୍ରମୋଦ ଜଳିଯାଇଥିଲେ। କ୍ଷତିପୂରଣ ଦାବିରେ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.