ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଧରାହେବେ ନକଲି ଚାଷୀ: ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି। ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି। ଏଥିପାଇଁ ସରକାର ପୁଣି ପଞ୍ଚିକରଣ କରିବେ। କିଛି ଏମିତି କହି ଅଣଚାଷୀଙ୍କୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ମନ୍ତ୍ରୀଙ୍କ କହିବା କଥା, ରାଜ୍ୟରେ ଏବେ କିଛି ଅଣଚାଷୀ ରହିଛନ୍ତି। ଯେଉଁମାନେ ପ୍ରକୃତରେ ଚାଷୀ ନହୋଇ କାଗଜପତ୍ର ଦେଖାଇ ଫାଇଦା ନେଉଛନ୍ତି। ଏହାକୁ ଧରିବା ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଯେମିତି ରାସନକାର୍ଡରେ ହିତାଧିକାରୀଙ୍କୁ ଇ-କେଓ୍ବାଇସି ଭରିବା ବାଧ୍ୟତାମୂଳକ କରାଯାଇଥିଲା। ସେମିତି ଏଥିରେ ମଧ୍ୟ ପଞ୍ଚିକରଣ ହେବ। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ। ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ହେବ ତାଲିକା।

ଏଥିସହିତ ମନ୍ତ୍ରୀ ଏହାବି କହିଛନ୍ତି, ରାସନକାର୍ଡ଼ରେ ଏବେ ବି ଇ-କେଓ୍ବାଇସି ଜାରି ରହିଥିବା ବେଳେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି । ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଛତା ଆଣିବାକୁ ଏପରି ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।

Leave A Reply

Your email address will not be published.