ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଧରାହେବେ ନକଲି ଚାଷୀ: ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି। ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି। ଏଥିପାଇଁ ସରକାର ପୁଣି ପଞ୍ଚିକରଣ କରିବେ। କିଛି ଏମିତି କହି ଅଣଚାଷୀଙ୍କୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ମନ୍ତ୍ରୀଙ୍କ କହିବା କଥା, ରାଜ୍ୟରେ ଏବେ କିଛି ଅଣଚାଷୀ ରହିଛନ୍ତି। ଯେଉଁମାନେ ପ୍ରକୃତରେ ଚାଷୀ ନହୋଇ କାଗଜପତ୍ର ଦେଖାଇ ଫାଇଦା ନେଉଛନ୍ତି। ଏହାକୁ ଧରିବା ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଯେମିତି ରାସନକାର୍ଡରେ ହିତାଧିକାରୀଙ୍କୁ ଇ-କେଓ୍ବାଇସି ଭରିବା ବାଧ୍ୟତାମୂଳକ କରାଯାଇଥିଲା। ସେମିତି ଏଥିରେ ମଧ୍ୟ ପଞ୍ଚିକରଣ ହେବ। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ। ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ହେବ ତାଲିକା।

ଏଥିସହିତ ମନ୍ତ୍ରୀ ଏହାବି କହିଛନ୍ତି, ରାସନକାର୍ଡ଼ରେ ଏବେ ବି ଇ-କେଓ୍ବାଇସି ଜାରି ରହିଥିବା ବେଳେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି । ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଛତା ଆଣିବାକୁ ଏପରି ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।

Leave A Reply

Your email address will not be published.