ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌

0

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ମଙ୍ଗଳବାର ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ନିର୍ବାଚନ ପାଇଁ ଫେବୃୟାରୀ ୫ରେ ମତଦାନ କରାଯିବ ଓ ୮ ଫେବୃଆରୀରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ଏହି ପ୍ରେସ କନଫରେନ୍ସରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଇଭିଏମରେ ବେଆଇନ ଭୋଟ ଦେବାର କୌଣସି ସମ୍ଭାବନା ନାହିଁ। ଇଭିଏମ ହେଉଛି ଏକ ଫୁଲପ୍ରୁଫ ଉପକରଣ। ଭୋଟ ଦେବା ପରେ ଏହାକୁ ସିଲ କରାଯାଇଥାଏ ଏବଂ ଭାଇରସ ବି ଏଥିରେ ପ୍ରବେଶ କରିପାରେ ନାହିଁ।

ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ ୮୫ ଲକ୍ଷ ୪୯ ହଜାର ୬୪୫ ଜଣ ପୁରୁଷ ଥିବାବେଳେ ମହିଳା ଭୋଟର ରହିଛନ୍ତି ୭୧ ଲକ୍ଷ ୭୩ ହଜାର ୯୫୨ ଜଣ। ଏଠାରେ ୧୩ ହଜାର ୩୩ ମତଦାନ କେନ୍ଦ୍ର ଅଛ। ଏଥିସହ ଚଳିତ ଥର ୨ ଲକ୍ଷ ନୂଆ ଭୋଟର ରହିଛନ୍ତି।ମୋଟ ୭୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଫେବୃଆରୀ ୫ରେ ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏଥିସହ ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଚଳିତ ମାସ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁଆରୀ ୧୭ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଜାନୁଆରୀ ୨୦ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି।

ଇଭିଏମ ଉପରେ ଉଠାଯାଇଥିବା ପ୍ରଶ୍ନ ଉପରେ ରାଜୀବ କୁମାର କହିଛନ୍ତି ମତଦାନ ଦିନ ଇଭିଏମ୍‌ ସିଲ ଭାଙ୍ଗାଯିବ। ସକାଳେ ଏକ ମକ ପୋଲ ଅଛି। କିଏ ଆସିଲା ଏବଂ କିଏ ଗଲା ସେ ବିଷୟରେ ରେକର୍ଡ ଦିନସାରା ରଖାଯାଏ। ଇଭିଏମ କୌଣସି ପ୍ରକାରେ ହ୍ୟାକ ହୋଇପାରିବ ନାହିଁ। ନିର୍ବାଚନର ସାତରୁ ଆଠ ଦିନ ପୂର୍ବରୁ ଇଭିଏମ ପ୍ରସ୍ତୁତ ଅଛି। ଇଭିଏମ ହେଉଛି ନିିର୍ବାଚନର ସବୁଠାରୁ ସୁରକ୍ଷିତ ପଦ୍ଧତି। ଗଣନା କରିବା ପୂର୍ବରୁ ପ୍ରତ୍ୟେକ ଇଭିଏମର ସିଲ ଯାଞ୍ଚ କରାଯାଏ।

Leave A Reply

Your email address will not be published.