ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଜେଡ୍-ମୋଡ୍ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ବହୁ ପ୍ରତୀକ୍ଷିତ ଜେଡ୍-ମୋଡ୍ ଟନେଲ ଉଦଘାଟିତ। ସୋମବାର କଶ୍ମୀରରେ ଜେଡ୍ ମୋଡ୍ ଟନେଲର ଲୋକାପର୍ଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟନେଲ୍ ୨୭ ଶହ କୋଟି ଟଙ୍କାରେ ନିର୍ମାଣ ହୋଇ। ଏବେ ସୋନମାର୍ଗରୁ ଗୁଲମର୍ଗ ଯାତ୍ରା ହେବ ଆହୁରି ସହଜ। ଏବେ ପ୍ରତି ଘଣ୍ଟାରେ ୧୦ ହଜାର ଗାଡ଼ି ଏହି ଟନେଲ ଦେଇ ଯିବେ। ମାତ୍ର ୧୫ ମିନିଟରେ ସାଢ଼େ ୭ କିଲୋମିଟର ରାସ୍ତା ସହଜରେ ଅତିକ୍ରମ କରିହେବ। ଏହା ସମୁଦ୍ର ପତ୍ତନରୁ ୮ ହଜାର ୬୫୦ ଫୁଟ୍ ଉଚ୍ଚରେ ରହିଛି। ଏହା ପର୍ଯ୍ୟଟନ ଓ ଯୋଗାଯୋଗ କ୍ଷେତ୍ରକୁ ଆହୁରୀ ମଜଭୁତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ତେବେ କଶ୍ମୀର ଭ୍ରମଣରେ ଯାଉଥିବା ପର୍ଯ୍ୟଟକ ମାନେ ଅନେକ ସମୟରେ ପାହାଡ଼ିଆ ରାସ୍ତାରେ ବରଫ ବର୍ଷା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଘଣ୍ଟା ଘଣ୍ଟା ଧରି ବରଫ ଭିତରେ ଗାଡି ସହ ଫଶି ରହିଥାନ୍ତି। ହେଲେ ଟନେଲ୍ ହେବା ଦ୍ୱାରା ସେସବୁ ଅସୁବିଧାର ଅନ୍ତ ଘଟିଛି। ଏଥିସହ ପର୍ଯ୍ୟଟନ ଓ ବ୍ୟବସାୟକୁ ମଧ୍ୟ ଦ୍ରୁତ ଗତିରେ ବଢ଼ାଇବାକୁ ଏହି ଟନେଲ ସହାୟକ ହେବ।

Leave A Reply

Your email address will not be published.