ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼

0

ମୁମ୍ବାଇ: ବଲିଉଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ଘରେ ପଶି ଜଣେ ଚୋର ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିଲା। ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ। ପ୍ରଥମେ ସେ ତାଙ୍କ ଘରୋଇ ସହାୟିକା ସହ ଯୁକ୍ତିତର୍କ କରିଥିଲେ। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଛୁରାମାଡ କରିଥିଲେ। ସୈଫଙ୍କୁ ୬ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୁର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।

ତେବେ ରାତି ପ୍ରାୟ ୩.୩୦ରେ ସୈଫଙ୍କୁ ହସ୍ପିଟାଲ ଅଣା ଯାଇଥିଲା। ଲୀଳାବତୀ ହସ୍ପିଟାଲରେ ପ୍ରାୟ ଅଢେଇ ଘଣ୍ଟା ଧରି ସୈଫଙ୍କ ସର୍ଜରୀ ହୋଇଥିଲ। ସୈଫ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ଜାରି ରହିଛି।
ମୁମ୍ବାଇ ପୋଲିସ ପକ୍ଷରୁ ଅପରାଧୀକୁ ଧରିବା ପାଇଁ ୭ଟି ଟିମ୍ ଗଠନ କରାଯାଇଛି। ଏହା ମଧ୍ୟରୁ ୩ଟି ଟିମ ମୁମ୍ବାଇ ମଧ୍ୟରେ ଓ ଗୋଟିଏ ଟିମ୍ ମୁମ୍ବାଇ ବାହାରେ ଅଭିଯୁକ୍ତଙ୍କ ସନ୍ଧାନ କରିବ। ସୁରାକ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ ୩ ଜଣ ଘରୋଇ ସହାୟକଙ୍କୁ ପଚରା ଉଚୁରା ଯାରି ରହିଛି। ଏହି ଘଟଣା ସମ୍ପର୍କରେ ସୈଫ ଓ କରୀନାଙ୍କ ଟିମ ପକ୍ଷରୁ ମତାମତ ପ୍ରକାଶ ପାଇଛି। ଚୋରି ଉଦ୍ୟମରେ କେହି ଜଣେ ଘରେ ପଶିଥିବା ବେଳେ ସୈଫଙ୍କୁ ଆକ୍ରମଣ କରିଛି।

Leave A Reply

Your email address will not be published.