ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼

0

ମୁମ୍ବାଇ: ବଲିଉଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ଘରେ ପଶି ଜଣେ ଚୋର ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିଲା। ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ। ପ୍ରଥମେ ସେ ତାଙ୍କ ଘରୋଇ ସହାୟିକା ସହ ଯୁକ୍ତିତର୍କ କରିଥିଲେ। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଛୁରାମାଡ କରିଥିଲେ। ସୈଫଙ୍କୁ ୬ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୁର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।

ତେବେ ରାତି ପ୍ରାୟ ୩.୩୦ରେ ସୈଫଙ୍କୁ ହସ୍ପିଟାଲ ଅଣା ଯାଇଥିଲା। ଲୀଳାବତୀ ହସ୍ପିଟାଲରେ ପ୍ରାୟ ଅଢେଇ ଘଣ୍ଟା ଧରି ସୈଫଙ୍କ ସର୍ଜରୀ ହୋଇଥିଲ। ସୈଫ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ଜାରି ରହିଛି।
ମୁମ୍ବାଇ ପୋଲିସ ପକ୍ଷରୁ ଅପରାଧୀକୁ ଧରିବା ପାଇଁ ୭ଟି ଟିମ୍ ଗଠନ କରାଯାଇଛି। ଏହା ମଧ୍ୟରୁ ୩ଟି ଟିମ ମୁମ୍ବାଇ ମଧ୍ୟରେ ଓ ଗୋଟିଏ ଟିମ୍ ମୁମ୍ବାଇ ବାହାରେ ଅଭିଯୁକ୍ତଙ୍କ ସନ୍ଧାନ କରିବ। ସୁରାକ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ ୩ ଜଣ ଘରୋଇ ସହାୟକଙ୍କୁ ପଚରା ଉଚୁରା ଯାରି ରହିଛି। ଏହି ଘଟଣା ସମ୍ପର୍କରେ ସୈଫ ଓ କରୀନାଙ୍କ ଟିମ ପକ୍ଷରୁ ମତାମତ ପ୍ରକାଶ ପାଇଛି। ଚୋରି ଉଦ୍ୟମରେ କେହି ଜଣେ ଘରେ ପଶିଥିବା ବେଳେ ସୈଫଙ୍କୁ ଆକ୍ରମଣ କରିଛି।

Leave A Reply

Your email address will not be published.