ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ବଦଳିଲା କଂଗ୍ରେସ ଠିକଣା

0

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ଦଳ କଂଗ୍ରେସର ଠିକଣା ବଦଳିଯାଇଛି। ପ୍ରାୟ ପାଞ୍ଚ ଦଶନ୍ଧି ପରେ କଂଗ୍ରେସ ପାଇଲା ନୂଆ ଠିକଣା। ୪୭ ବର୍ଷ ପରେ କଂଗ୍ରେସ ପାଇଲା ନୂଆ ମୁଖ୍ୟାଳୟ। ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍‌ ଏବେ କଂଗ୍ରେସର ନୂଆ ଠିକଣା ପାଲଟିଛି। ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ଆକବର ରୋଡରେ ଥିଲା। ତେବେ ଆଜି ଅର୍ଥାତ୍ ଜାନୁଆରୀ ୧୫ ତାରିଖରେ ନୂଆ ଘରେ ଗୃହ ପ୍ରବେଶ କରିଛି ଦଳ।
ନୂଆ ମୁଖ୍ୟାଳୟକୁ ଆଜି ଉଦଘାଟନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ନୂଆ କାର୍ଯ୍ୟାଳୟର ନାମ ଇନ୍ଦିରା ଭବନ ରଖାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ସାଂସଦ ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

କଂଗ୍ରେସ ପୂର୍ବରୁ ଡିସେମ୍ବର ୨୮ ରେ ନୂତନ ମୁଖ୍ୟାଳୟ ଉଦଘାଟନ କରିବାକୁ ଯୋଜନା କରିଥିଲା ​​କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡିଲା। ଏହା ଉପରେ କଂଗ୍ରେସ ନେତା ଅନିଲ ଶାସ୍ତ୍ରୀ କହିଛନ୍ତି ଯେ ୨୦୦୯ ମସିହାରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି କୋଠାର ନାମ ଇନ୍ଦିରା ଭବନ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.