ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଟ୍ରେନ୍ ଉପରେ ଚଢି ବୃଦ୍ଧ ଜୀବନ୍ତ ଦଗ୍ଧ

0

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଏକ ଅଘଟଣ। ରାୟଗଡ଼ା ଷ୍ଟେଶନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଉପରକୁ ଜଣେ ବୃଦ୍ଧ ଚଢ଼ି ଯାଇଥିବାବେଳେ ୨୫ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ନୂଆପଡ଼ା ଜିଲା ରାଜଖରିଆର ଥାନା ଅନ୍ତର୍ଗତ ବଡ଼ମୂଳା ଗ୍ରାମର ନରସିଂହ କାଣ୍ଡ (୬୪)। ମୃତକ ଜଣେ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି। ଏ ନେଇ ଆର୍‌ପିଏଫ୍‌ ତରଫରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ନରସିଂହ ମଙ୍ଗଳବାର ସକାଳେ ସିକନ୍ଦରାବାଦରୁ ଟ୍ରେନ୍‌ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିଥିଲେ। ପରେ ଷ୍ଟେଶନ ପରିସରରେ ହୋ ହାଲ୍ଲା କରିଥିଲେ। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଚାନକ ଷ୍ଟେଶନରେ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରକୁ ଚଢ଼ିଯାଇ ବିଦ୍ୟୁତ ତାରକୁ ଦୁଇ ହାତରେ ଧରି ପକାଇଥିଲେ। ଫଳରେ ତତ୍‌କ୍ଷଣାତ ସେଠାରେ ସେ ଜଳି ଟଳି ପଡ଼ିଥିଲେ।

ରେଳ କର୍ମଚାରୀ ଓ ରେଲଓ୍ବେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ରେଲଓ୍ବେ ପୋଲିସ ପକ୍ଷରୁ ନରସିଂହଙ୍କ ପୁଅ ରାମ କାଣ୍ଡଙ୍କୁ ବାପାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇ ମାଣିକ ଗୌଡ଼ ସୂଚନା ଦେଇଛନ୍ତି।

Leave A Reply

Your email address will not be published.