ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଟ୍ରେନ୍ ଉପରେ ଚଢି ବୃଦ୍ଧ ଜୀବନ୍ତ ଦଗ୍ଧ

0

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଏକ ଅଘଟଣ। ରାୟଗଡ଼ା ଷ୍ଟେଶନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଉପରକୁ ଜଣେ ବୃଦ୍ଧ ଚଢ଼ି ଯାଇଥିବାବେଳେ ୨୫ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ନୂଆପଡ଼ା ଜିଲା ରାଜଖରିଆର ଥାନା ଅନ୍ତର୍ଗତ ବଡ଼ମୂଳା ଗ୍ରାମର ନରସିଂହ କାଣ୍ଡ (୬୪)। ମୃତକ ଜଣେ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି। ଏ ନେଇ ଆର୍‌ପିଏଫ୍‌ ତରଫରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ନରସିଂହ ମଙ୍ଗଳବାର ସକାଳେ ସିକନ୍ଦରାବାଦରୁ ଟ୍ରେନ୍‌ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିଥିଲେ। ପରେ ଷ୍ଟେଶନ ପରିସରରେ ହୋ ହାଲ୍ଲା କରିଥିଲେ। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଚାନକ ଷ୍ଟେଶନରେ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରକୁ ଚଢ଼ିଯାଇ ବିଦ୍ୟୁତ ତାରକୁ ଦୁଇ ହାତରେ ଧରି ପକାଇଥିଲେ। ଫଳରେ ତତ୍‌କ୍ଷଣାତ ସେଠାରେ ସେ ଜଳି ଟଳି ପଡ଼ିଥିଲେ।

ରେଳ କର୍ମଚାରୀ ଓ ରେଲଓ୍ବେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ରେଲଓ୍ବେ ପୋଲିସ ପକ୍ଷରୁ ନରସିଂହଙ୍କ ପୁଅ ରାମ କାଣ୍ଡଙ୍କୁ ବାପାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇ ମାଣିକ ଗୌଡ଼ ସୂଚନା ଦେଇଛନ୍ତି।

Leave A Reply

Your email address will not be published.