ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ସଞ୍ଜୟ ରାୟକୁ ମୃତ୍ୟୁଦଣ୍ଡ ଲାଗି କଲିକତା ହାଇକୋର୍ଟରେ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ

0

ପଶ୍ଚିମବଙ୍ଗ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ସିଆଲଦା କୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ପଶ୍ଚିମବଙ୍ଗ ସରକାର। ସଞ୍ଜୟକୁ ମୃତ୍ୟୁ ଦଣ୍ଡାଦେଶ ଲାଗି କୋଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଗତକାଲି ସଞ୍ଜୟକୁ ସିଆଲଦା ସେସନ୍ସ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ।

ରିପୋର୍ଟ ଅନୁଯାୟୀ, ରାଜ୍ୟସରକାର ମୁଖ୍ୟ ଅଭିଯୁକ୍ତକୁ ଏହି ଆଜୀବନ କାରାଦଣ୍ଡ ବଦଳରେ ମୃତ୍ୟୁଦଣ୍ଡ ଦାବି କରିଛି। ସୂଚନା ଅନୁସାରେ ଜାନୁଆରୀ ୨୦ ତାରିଖ ଦିନ ସଞ୍ଜୟକୁ ସିଆଲଦା ସେସନ୍ସ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ। ଗତକାଲିର ରାୟ ପ୍ରକାଶ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ସଞ୍ଜୟକୁ ମୃତ୍ୟୁଦଣ୍ଡ ଦେବା ଲାଗି ତାଙ୍କ ସରକାର ଆବେଦନ କରିବେ। ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ପଶ୍ଚିମବଙ୍ଗ ସରକାର ହାଇକୋର୍ଟରେ ଆବେଦନ ଦାଖଲ କରି ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। ଆଡଭୋକେଟ୍ ଜେନେରାଲ କିଶୋର ଦତ୍ତା ଜଷ୍ଟିସ୍ ଦେବାଂଶୁ ବସାକଙ୍କ ଖଣ୍ଡପୀଠ ସମ୍ମୁଖରେ ମାମଲା ଦାୟର କରିଛନ୍ତି, ଏହାକୁ ଦାୟର କରିବାକୁ ଅନୁମତି ଦିଆଯାଇଛି। ମମତା ବାନାର୍ଜୀ କହିଛନ୍ତି, ମୁଁ ଜଣେ ଓକିଲ। ଆଇନ ପାଠ ପଢ଼ିଛି। ଯଦି କେହି ଅପରାଧ କରିବା ପରେ ଖସିଯାଉଛି, ତା’ ହେଲେ ସେ ପୁଣିଥରେ ଅପରାଧ କରିବ।

ସୂଚନା ଥାଉକି ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତା ଆରଜି କର ମେଡିକାଲ କଲେଜର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସିଭିକ ଭଲ୍ୟୁଣ୍ଟର ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା। ଏହାକୁ ନେଇ ଜୋରଦାର ଆନ୍ଦୋଳନ କରିଥିଲେ ଡାକ୍ତରଙ୍କ ସହିତ ସାଧାରଣ ଲୋକେ। ଏହା ପରେ କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା ଯେ, କେବଳ ସଞ୍ଜୟ ରାୟ ହିଁ ଏହି ଜଘନ୍ୟକାଣ୍ଡରେ ଜଡ଼ିତ। ଆଉ କେହି ସଂପୃକ୍ତ ନୁହଁନ୍ତି। ଦୀର୍ଘ ଦିନ ପରେ ଗତ ଶନିବାର ସଞ୍ଜୟ ରାୟକୁ ସିଆଲଦା କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଗତକାଲି ତାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା।

Leave A Reply

Your email address will not be published.