ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା ସ୍ୱାମୀ

0

ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କାଟି ପ୍ରେସର୍‌ କୁକର୍‌ରେ ସିଝାଇ ହ୍ରଦରେ ଫିଙ୍ଗି ଦେଇଛି ସ୍ୱାମୀ। ହାଇଦ୍ରାବାଦରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଘଟାଇଛନ୍ତି ଏପରି ବୀଭତ୍ସ କାଣ୍ଡ। ହାଇଦ୍ରାବାଦ ମୀରପେଟ୍‌ ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ବାସିନ୍ଦା ଗୁରୁ ମୂର୍ତ୍ତି ୧୩ ବର୍ଷ ପୂର୍ବେ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୂର୍ବରୁ ସେ ସେନାରେ କାର୍ଯ୍ୟ କରୁଥିଲେ। ସେଠାରୁ ଅବସର ନେବା ପରେ ବର୍ତ୍ତମାନ କାଞ୍ଚନବାଗ ଡିଆର୍‌ଡିଓରେ ଆଉଟସୋର୍ସ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ସେ ପତ୍ନୀ ଭେଙ୍କଟ ମାଧବୀ ଏବଂ ଦୁଇ ପିଲାଙ୍କ ସହିତ ମୀରପେଟର ନ୍ୟୁ ଭେଙ୍କଟେଶ୍ୱର ନଗର କଲୋନୀରେ ଏକ ଭଡା ଘରେ ରହୁଥିଲେ।

ପରିବାର ଲୋକେ କହିଛନ୍ତି ଯେ ମାଧବୀ ଜାନୁଆରୀ ୧୬ରେ ନିଖୋଜ ହୋଇଯାଇଥିଲେ, ତା’ପରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ପୋଲିସ ସନ୍ଦେହରୁ ବଞ୍ଚିବା ପାଇଁ ପରିବାର ଲୋକଙ୍କ ସହ ମିଶି ସେ ନିଜେ ମୀରପେଟ୍ ପୋଲିସ ଷ୍ଟେସନରେ ମାଧବୀ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ। ମୂର୍ତ୍ତି ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ପୋଲିସ ଷ୍ଟେସନକୁ ଅଭିଯୋଗ କରିବାକୁ ଯାଇଥିଲେ। ପୋଲିସର ସନ୍ଦେହ ହେବାରୁ ଅଧିକ ପଚରାଉଚରା ପାଇଁ ସ୍ୱାମୀଙ୍କୁ ଅଟକ ରଖା ଯାଇଥିଲା।

ଶେଷରେ ସତ ମାନିଥିଲା ପିଶାଚ ସ୍ୱାମୀ। ପୋଲିସର ପ୍ରଶ୍ନ ବାଣରେ ଛନ୍ଦି ହୋଇଯିବା ପରେ ଶେଷରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା। ମୃତଦେହ ବିଷୟରେ ପଚରା ଯିବାରୁ ସେ ଯାହା କହିଥିଲେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଏହାକୁ ପ୍ରେସର କୁକରରେ ରାନ୍ଧିଥିଲେ। ଅବିଶିଷ୍ଟ ଅଂଶ ଜିଲ୍ଲାଲଗୁଡ଼ାର ଚନ୍ଦନ ହ୍ରଦରେ ଫିଙ୍ଗି ଦେଇଥିବା କହିଥିଲେ। ପୋଲିସ ଏହି ଘଟଣାରେ ମୂର୍ତ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.