ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଶ୍ରୀମନ୍ଦିର ବାହାରେ ହେବ ୱାଚ୍ ଟାୱାର: ପୃଥ୍ୱୀରାଜ ହରିଚନ୍ଦନ

0

ପୁରୀ: ପୁରୀର ଜଗନ୍ନାଥ ମନ୍ଦିର ଚାରିପାଖରେ ସୁରକ୍ଷା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ମନ୍ଦିର ବାହାରେ ଏକ ୱାଚ୍ ଟାୱାର ସ୍ଥାପନ କରିବା ବିଷୟରେ ଚିନ୍ତା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହାଦ୍ୱାରା ‘ବେଆଇନ’ ଡ୍ରୋନ୍ ଉଡ଼ାଣ କାର୍ଯ୍ୟକଳାପ ଯାଞ୍ଚ କରିବା ସହ ଏହା କେଉଁଠୁ ଆସୁଛି ତାହା ଉଚ୍ଚତାରୁ ନିରୀକ୍ଷଣ କରିହେବ। ଏହା ସହିତ ଗର୍ଭଗୃହ ଫଟୋ ଭାଇରାଲ ଘଟଣାର ତଦନ୍ତ ଚାଲିଛି। ଯିଏ ବି ଏହା କରିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାରି ଦୁଆରରେ ସିସିଟିଭି ଜରିଆରେ କଡ଼ା ଯାଞ୍ଚ କରାଯାଉଛି। ମନ୍ଦିରକୁ ନିରୀକ୍ଷଣରେ ରଖିବା ପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.