ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ତାଡିନେଲେ ଏଟିଏମ୍

0

ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଭୁବନେଶ୍ବର: ତାଡିନେଲେ ଏଟିଏମ। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ରାଜଧାନୀରେ ଏବେ ମାତିଛନ୍ତି ଏଟିଏମ ଲୁଟେରା। ପୋଲିସକୁ ଚକମା ଦେଇ ରାଜଧାନୀରେ ରାତାରାତି ଗାଏବ ହୋଇଯାଉଛି ଏଟିଏମ ମେସିନ। ଆଉ ମେସିନ୍‌ରେ କଣ୍ଟା ପୁରାଇ ଟଙ୍କା ନେଉନାହାନ୍ତି ଦୁର୍ବୃତ୍ତ। ଏଥର ସିଧା ମେସିନ ତାଡି ରାତାରାତି ମାଲାମାଲ୍‌ ହେବା ଲକ୍ଷ୍ୟରେ ଟାର୍ଗେଟ କରୁଛନ୍ତି ଲୁଟେରା। ଭୁବନେଶ୍ବର ସାମନ୍ତରାପୁର ସ୍ଥିତ ଶ୍ରୀରାମ ନଗର ଲେନ ୧୦ ଏସବିଆଇ ଏଟିଏମରେ ଏମିତି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସର ଛାନବିନ ଆରମ୍ଭ କରିଛି । ସିସିଟିଭି ଆଧାରରେ ଛାନଭିନ କରୁଛି ପୋଲିସ।

ଏନେଇ ଏଟିଏମ୍ ଲାଗିଥିବା ଘର ମାଲିକ କୃଷ୍ନ ଚନ୍ଦ୍ର ବଟୁ କହିଛନ୍ତି ଯେ ‘‘ରାତି ୧ରୁ ୨ଟା ଭିତରେ କୁକୁର ଭୁକିଲେ। ଲାଗୁଛି ସେହି ସମୟରେ ହୋଇଥିବ। କାରଣ ସକାଳୁ ୫ଟାରୁ ଆସି ପୋଲିସ ଡାକିଲା ପରେ ଜାଣିଲି ଏଟିଏମ୍ ଚୋରି ହୋଇଛି ବୋଲି। ସେ ମେସିନ ଟାକୁ ଗାଡି ମାଧ୍ୟମରେ ତାଡ଼ି ନେଇଯାଇଛନ୍ତି। କମଳା ରଙ୍ଗର ଟୋପି ପିନ୍ଧି ଛନ୍ତି। ହାତରେ ଫ୍ଲାସ ଧରିଛନ୍ତି ସେମାନେ ଏକ ଗ୍ରୁପ୍‌ ଆସି ଏପରି କରିଛନ୍ତି। ପୋଲିସ ରାତି ଚାରିଟାରୁ ଜାଣିଲାଣି। ଏସବିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ବି ସୂଚନା ପାଇଛନ୍ତି।

ପୋଲିସର ଆଉ ଏକ ଟିମ୍ ଏଟିଏମ୍ ମେସିନ ଗଙ୍ଗୁଆ ନାଳ ପାଖରେ ପଡିଥିବା ଖବର‌ପାଇ ମେସିନକୁ ଉଦ୍ଧାର କରିଛି। ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସେଠାରୁ ମେସିନକୁ ଏକ ଅଟୋ ମାଧ୍ୟମରେ ଆଣି ଛାନଭିନ କରୁଛନ୍ତି। ଏଟିଏମ୍ ମେସିନକୁ ଦୁର୍ବୃତ୍ତ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। କିଛି ଅଂଶ ମଧ୍ୟ ଭାଙ୍ଗିଛନ୍ତି। ପୋଲିସ ହାତରେ ସିସିଟିଭି ଫୁଟେଜ ଲାଗିଛି। ଯେଉଁଠି ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଏଟିଏମ୍ ଲୁଟ ପାଟ କରୁଛନ୍ତି। ଯେଉଁମାନେ ଏଟିଏମ୍ ମେସିନ ଲୁଟ ପୁର୍ବରୁ କ୍ୟାମେରା ବାହାରପଟୁ ତାଡି ଦେଇଛନ୍ତି। ଏପରିକି ତାର‌କଟି ଦେଇଛନ୍ତି। ତେବେ ଭିତରପଟେ ସିସିଟିଭି ଥିବା ଜାଣି ପାରି ନାହାନ୍ତି ଦୁର୍ବୃତ୍ତ।

Leave A Reply

Your email address will not be published.