ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା

0

ନୂଆଦିଲ୍ଲୀ: ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଅତିରିକ୍ତ ସୁରକ୍ଷା ପ୍ରତ୍ୟାହାର କରିବାକୁ ପଞ୍ଜାବ ପୋଲିସ ନିଷ୍ପତ୍ତି ନେଇଛି। ଦିଲ୍ଲୀ ପୋଲିସର ଆପତ୍ତି ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ସୂଚନା ଅନୁସାରେ ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଆପତ୍ତି ଉଠାଇଥିଲା ଦିଲ୍ଲୀ ପୋଲିସ। ଏହାପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ହଟାଇ ଦିଆଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ପଞ୍ଜାବ ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଉଥିଲା। ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କେଜ୍ରିୱାଲଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ। ତେବେ ସୁରକ୍ଷା ବ୍ୟବସ୍ଥା ହଟିବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ପଞ୍ଜାବ ପୋଲିସ ଡିଜି।

କେଜରିୱାଲଙ୍କୁ ଜେଡ୍-ପ୍ଲସ୍ ସୁରକ୍ଷା ଦିଆଯାଉଥିଲା। ଯେଉଁଥିରେ ୬୩ ଜଣ କର୍ମଚାରୀଙ୍କ ଏକ ବ୍ୟାପକ ସୁରକ୍ଷା ଦଳ ଅନ୍ତର୍ଭୁକ୍ତ। ଏହି ଦଳରେ ଜଣେ ପାଇଲଟ୍, ଏସ୍କର୍ଟ ଦଳ, ସୁରକ୍ଷା କର୍ମୀ ଏବଂ ସନ୍ଧାନ ୟୁନିଟ୍ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ୧୫ଜଣ ୟୁନିଫର୍ମଧାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଜାନୁଆରୀ ୧୮ ତାରିଖରେ, ଅରବିନ୍ଦ କେଜ୍ରିୱାଲଙ୍କ ଗାଡ଼ି ଉପରକୁ ପଥର ମାଡ ହୋଇଥିଲା। ଏଥିପାଇଁ ଆପ୍ ବିଜେପିକୁ ଦାୟୀ କରିଥିଲା।

ସେପଟେ ଜୋରଜବରଦସ୍ତ କେଜ୍ରିୱାଲଙ୍କ ସୁରକ୍ଷା ହଟାଇ ଦିଆଯାଇଥିବା କହିଛନ୍ତି ଆପ ନେତା ସଂଜୟ ସିଂହ। ନିର୍ବାଚନ କମିଶନ ଏବଂ ଦିଲ୍ଲୀ ପୋଲିସର ଆପତ୍ତି ପରେ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଯାଆଇଛି। ସେପଟେ ସୁରକ୍ଷା ପ୍ରସଙ୍ଗରେ ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜାଣିଶୁଣି ଦିଲ୍ଲୀ ପୋଲିସ ତାଙ୍କର ନିର୍ବାଚନ ଶୋଭାଯାତ୍ରାରେ ବିରୋଧୀଙ୍କୁ ପଶିବାକୁ ସୁଯୋଗ ଦେଇଥିଲା। ଏଥିଯୋଗୁଁ ବିରୋଧୀ ତାଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ।

Leave A Reply

Your email address will not be published.