ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ହିଁ ଭାରତୀୟ ସଭ୍ୟତା: ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଦୌପଦୀ ମୂର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଆମେ ଜାଣିନୁ। ଏହାକୁ ଗୁରୁତ୍ୱ ଦେଇ ଏଥର ର୍ବିସା ମୁଣ୍ଡାଙ୍କ ୧୫୦ତମ ପୂର୍ତ୍ତି ପାଳିଛୁ। ମହିଳାଙ୍କୁ ସମାନତା ନେଇ ସରକାର ଅଗ୍ରାଧିକାର ଦେଉଛନ୍ତି। ବିଗତ ୭୫ ବର୍ଷ ଭିତରେ ମହିଳାଙ୍କ ଅନେକ ଯୋଗଦାନ ରହିଛି।

ଏକ ରାଷ୍ଟ୍ର-ଏକ ନିର୍ବାଚନ (ଏକକ ନିର୍ବାଚନ) ସମ୍ପର୍କରେ କେନ୍ଦ୍ର ସରକାର ଜାରି ରଖିଥିବା ପ୍ରୟାସ ଉଚିତ୍‌ ପଦକ୍ଷେପ। ଏହି ସଂସ୍କାର ଶାସନରେ ନିରନ୍ତରତାକୁ ପ୍ରୋତ୍ସାହିତ କରିବ, ନୀତିଗତ ପକ୍ଷାଘାତକୁ ରୋକିବ, ସମ୍ବଳର ବିନିଯୋଗକୁ ହ୍ରାସ କରିବା ସହ ରାଜ୍ୟ ଉପରେ ଆର୍ଥିକ ବୋଝ ହ୍ରାସ କରିବାର କ୍ଷମତା ରଖିଛି। ଏହି ବ୍ୟବସ୍ଥା ଦେଶରେ ସୁଶାସନକୁ ପୁନଃପରିଭାଷିତ କରିବାର ସମ୍ଭାବନା ରଖିଛି। ୭୬ତମ ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ସଂଧ୍ୟାରେ ଦେଶକୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସେହିପରି ରାଷ୍ଟ୍ରପତି କହିଥିଲେ,‘‘ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ କେବଳ ଆଧୁନିକ ଧାରଣା ନୁହେଁ, ବରଂ ଏଗୁଡ଼ିକ ସର୍ବଦା ଆମର ସଭ୍ୟତା ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ ହୋଇରହିଛି। ଯେଉଁମାନେ ଦିନେ ସମ୍ବିଧାନର ଭବିଷ୍ୟତ ଉପରେ ସନ୍ଦେହ କରୁଥିଲେ, ସେମାନେ ଭୁଲ ପ୍ରମାଣିତ ହୋଇଛନ୍ତି। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ଏକ ସୁସଂଗଠିତ ଧାରାରେ ସ୍ୱାଧୀନତା ଆନ୍ଦୋଳନ ମାଧ୍ୟମରେ ଦେଶକୁ ଏକତ୍ରିତ କରିପାରିଥିଲେ। ମହାତ୍ମା ଗାନ୍ଧୀ, ରବିନ୍ଦ୍ରନାଥ ଟାଗୋର ଏବଂ ବାବାସାହେବ ଆମ୍ବେଦକର ପ୍ରମୁଖ ଭାରତକୁ ଏହାର ଗାଣତାନ୍ତ୍ରିକ ମୂଲ୍ୟବୋଧର ପୁନଃଆବିଷ୍କାର କରିବାରେ ସାହାଯ୍ୟ କରିଥିଲେ।

Leave A Reply

Your email address will not be published.