ପ୍ରମୁଖ ଖବର

ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି
ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ବହିଷ୍କାର
ଓଡ଼ିଶା ପୋଲିସ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ
ନେହେରୁ ବଙ୍ଗଳା ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ବୋଟ୍
ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଶେଷ
ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଓ ସହାୟକଙ୍କୁ ମିଳିବ ୫ଶହ ଟଙ୍କା :ପ୍ରଭାତୀ ପରିଡା
ସରିଲା ମାଟ୍ରିକ୍ ପରୀକ୍ଷା, ମାର୍ଚ୍ଚ ୧୯ରୁ ଖାତା ଦେଖା

ଓଡ଼ିଶାର ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର

0

ନୂଆଦିଲ୍ଲୀ: ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାରେ ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର। ମେଡିସିନ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀ ପଦ୍ମଶ୍ରୀ ମିଳିଛି।

ଦୁର୍ଗାଚରଣ ରଣବୀର: ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଦୁର୍ଗାଚରଣ ରଣବୀର ଅନ୍ୟତମ। ନୃତ୍ୟ ଶିକ୍ଷକ ଭାବେ ତାଙ୍କ ପାଖରେ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ତାଙ୍କ ଗୁରୁ ଦେବ ପ୍ରସାଦ ଦାସ। ସେ ଭୁବନେଶ୍ବର, କଟକ, ନୂଆଦିଲ୍ଲୀ ଓ ଆମେରିକା ଭଳି ସ୍ଥାନରେ ଶିକ୍ଷାଦାନ କରିଛନ୍ତି। ଭୁବନେଶ୍ବରରେ ତାଙ୍କର ଏକ ନୃତ୍ୟ ପ୍ରତିଷ୍ଠାନ ରହିଛି।
ପ୍ରତିଭା ଶତପଥୀ: କେନ୍ଦ୍ର ସାହିତ୍ୟ ପୁରସ୍କାରପ୍ରାପ୍ତ ପ୍ରତିଭା ଶତପଥୀଙ୍କର ସାହିତ୍ୟ କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ। ୧୯୪୫ ନଭେମ୍ବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ଶତପଥୀଙ୍କ ପ୍ରଥମ କବିତା ସଂକଳନ ‘ଆମ କବିତା’୧୯୬୨ ମସିହାରେ ପ୍ରକାଶ ପାଇଥିଲା। ଏହାବ୍ୟତୀତ ଅନେକ କବିତା ସଂକଳନ ପ୍ରକାଶ କରି ସେ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ତାଙ୍କର ଅନେକ ପୁସ୍ତକ ହିନ୍ଦୀ ଓ ଇଂରାଜୀରେ ଅନୁବାଦ ହୋଇଛି।

ଅଦ୍ବୈତ ଚରଣ ଗଡ଼ନାୟକ: ମୂର୍ତ୍ତି ନିର୍ମାଣ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଅଦ୍ବୈତ ଚରଣ ଗଡ଼ନାୟକଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲା ନେଉଳାପୋଇ ଗାଁରେ। ସେ ଭୁବନେଶ୍ବରସ୍ଥିତ ବିକେ କଲେଜ୍‌ ଅଫ୍‌ ଆର୍ଟସ ଆଣ୍ଡ କ୍ରାଫ୍‌ଟରୁ ସ୍ନାତକ ଶିକ୍ଷା ପ୍ରାପ୍ତ କରିବା ପରେ ନୂଆଦିଲ୍ଲୀସ୍ଥିତ କଲେଜ୍‌ ଅଫ୍‌ ଆର୍ଟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ତାଙ୍କ ଦ୍ବାରା ସୃଷ୍ଟି ଇଣ୍ଡିଆ ଗେଟ୍‌ ନିକଟରେ ନେତାଜୀ ସୁଭାଷ ବୋଷ, ନୂଆଦିଲ୍ଲୀର ରାଜଘାଟରେ ସ୍ଥାପିତ ‘ଦାଣ୍ଡି ଯାତ୍ରା’ର କଳାକୃତି ବେଶ ପ୍ରଶଂସନୀୟ ହୋଇପାରିଛି।

ଡା. ଅଶୋକ କୁମାର ମହାପାତ୍ର: ଚିକିତ୍ସା ଜଗତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ ଜଣାଶୁଣା ଡା. ଅଶୋକ କୁମାର ମହାପାତ୍ର । ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀ ବ୍ରାହ୍ମଣ ଶାସନରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ମହାପାତ୍ର ୧୯୮୩ରୁ ୨୦୧୭ ପର୍ଯ୍ୟନ୍ତ ଦିଲ୍ଲୀ ଏମ୍ସରେ କାର୍ଯ୍ୟରତ ଥିଲେ।

Leave A Reply

Your email address will not be published.