ପ୍ରମୁଖ ଖବର

ମଧୁସୂଦନ ପାଢ଼ୀଙ୍କୁ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ବ
ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି
ମନୋଜ ଆହୁଜାଙ୍କୁ ଓଡ଼ିଶାର ମୁଖ୍ୟ ଆବାସିକ କମିସନର ଭାବେ ଅତିରିକ୍ତ ଦାୟିତ୍ବ

ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ ଅଭିଯାନରେ ସାରା ଭାରତକୁ ଗୋଟିଏ ପତାକା ତଳେ ଏକତ୍ର

0

ଗର୍ବ ଏବଂ ଦେଶଭକ୍ତିର ସୂତାରେ ଏକ ଭବ୍ୟ ଭାରତୀୟ ତ୍ରିରଙ୍ଗା ବୁଣିଲା ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ

ଜନସାଧାରଣଙ୍କ ସୂତ୍ରରେ ନିର୍ମିତ ଜାତୀୟ ପତାକାକୁ ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ଶ୍ରୀ ନବୀନ ଜିନ୍ଦଲ ଏବଂ ଶ୍ରୀମତୀ ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ;ସାଂସଦ ତଥା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ‘ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ’ ଅଭିଯାନ ଚଳାଇ ସମଗ୍ର ଭାରତକୁ ଜାତୀୟ ପତାକା ତଳେ ଏକାଠି କରିବାର ଅନନ୍ୟ କାର୍ଯ୍ୟ କରିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ଅଖଣ୍ଡ ଭାରତର ଦୃଷ୍ଟିକୋଣ ଏବଂ ଭାରତୀୟ ଗଣତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଏକତା ଦିବସରେ ଏହି ଅଭିଯାନ ୩୧ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିଲା।

ଏହି ଅଭିଯାନ ଅଧୀନରେ ଦେଶବାସୀଙ୍କ ଠାରୁ ସେହି ଚାରିଟି ରଙ୍ଗର ସୂତା ମଗାଯାଇଥିଲା, ଯାହାଦ୍ୱାରା ଗର୍ବ ଏବଂ ଦେଶଭକ୍ତିର ପ୍ରତୀକ ଜାତୀୟ ପତାକାକୁ ବୁଣାଯାଇପାରିବ। ଜାତୀୟ ଗୌରବକୁ ପ୍ରୋତ୍ସାହିତ କରିବା, ତିରଙ୍ଗାର ମହତ୍ତ୍ୱ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା ଏବଂ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କୁ ଜାତୀୟ ପତାକା ତଳେ ଏକାଠି ହେବା ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲା।

ଏହି ଅଭିଯାନର ମହତ୍ତ୍ୱ ସମ୍ପର୍କରେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ କହିଛନ୍ତି ଯେ, “ଭାରତୀୟ ଜାତୀୟ ପତାକା କେବଳ ଏକ ପ୍ରତୀକ ନୁହେଁ; ଏହା ହେଉଛି ଆମ ଜାତିର ଆତ୍ମା। ତ୍ରିରଙ୍ଗାର ପ୍ରତ୍ୟେକ ସୂତା ଆମ ପୂର୍ବପୁରୁଷଙ୍କ ଐତିହ୍ୟ, କାରିଗରଙ୍କ ଦକ୍ଷତା ଏବଂ ଭାରତ ଗଠନରେ ଯୋଗଦାନ ଦେଇଥିବା ଅଗଣିତ ପିଢ଼ିର ଭାବନା ବହନ କରେ ।“

ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଏହି ଅଭିଯାନ ଜାତୀୟ ସ୍ତରରେ ଆରମ୍ଭ ହୋଇଥିଲା। ଏହି ବାର୍ତ୍ତାକୁ ସୋସିଆଲ ମିଡିଆ ମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଇଥିବା ବେଳେ ସୂତା ସଂଗ୍ରହ ଅଭିଯାନରେ ଯୋଗଦାନ କରିବାକୁ ଚାହୁଁଥିବା ନାଗରିକମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରାଯାଇଥିଲା। ୨୫ ଡିସେମ୍ବର ୨୦୨୪ ବେଳକୁ ଏହି ଅଭିଯାନକୁ ସାରା ଦେଶରୁ ବିପୁଳ ସମର୍ଥନ ମିଳିଥିଲା।

ପାନିପଥର ଏକ ଅତ୍ୟାଧୁନିକ ଟେକ୍ସଟାଇଲ ରିସାଇକ୍ଲିଂ କେନ୍ଦ୍ରରେ ଏହି ସୂତାକୁ ୟାର୍ନରେ ପରିଣତ କରାଯାଇଥିଲା। ପ୍ରତ୍ୟେକ ସୂତାକୁ ପରମ୍ପରା ଏବଂ ଅଭିନବତାର ମିଶ୍ରଣ କରି ସତର୍କତାର ସହ ପ୍ରକ୍ରିୟାକରଣ କରାଯାଇଥିଲା, ଯାହା ଦ୍ୱାରା ୨୦ କିଲୋଗ୍ରାମ ୟାର୍ନ ସୂତା ତିଆରି ହୋଇଥିଲା । ସମ୍ବଲପୁରୀ, ମାହେଶ୍ୱରୀ ଓ ପୋଚମ୍ପଲ୍ଲୀ ଇକାତ ଭଳି ଭାରତର ବିବିଧ ବସ୍ତ୍ର ପରମ୍ପରାରେ ପାରଦର୍ଶିତା ଅର୍ଜନ କରିଥିବା ବୁଣାକାରମାନେ ଏହି ସୂତାକୁ ତ୍ରିରଙ୍ଗାରେ ବୁଣିଥିଲେ।

ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଉପାଧ୍ୟକ୍ଷ ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ଅଭିଯାନର ପ୍ରଭାବ ଉପରେ ଆଲୋକପାତ କରି କହିଛନ୍ତି ଯେ, “ସୂତାରୁ ପତାକା ତିଆରି କରିବାର ଯାତ୍ରା କେବଳ କପଡ଼ା ବୁଣିବା ପାଇଁ ନୁହେଁ; ଏହା ଧୈର୍ଯ୍ୟ, ଐତିହ୍ୟ ଏବଂ ଏକତାର କାହାଣୀ । ପ୍ରତ୍ୟେକ ସୂତା ଆମ ଲୋକମାନଙ୍କ ଭାବନା, ପରମ୍ପରା ଏବଂ ତ୍ରିରଙ୍ଗା ପ୍ରତିନିଧିତ୍ୱ କରୁଥିବା ଆଦର୍ଶକୁ ବର୍ଣ୍ଣନା କରେ | “

ଜାତୀୟ ଏକତାର ପ୍ରତୀକ ୧୨×୮ ଫୁଟର ଏକ ଭବ୍ୟ ଭାରତୀୟ ତ୍ରିରଙ୍ଗା ପ୍ରସ୍ତୁତି ସହ “ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ” ଅଭିଯାନ ଶେଷ ହୋଇଥିଲା । ଭାରତର ଦୃଢ଼ତା, ଏକତା ଏବଂ ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରୁଥିବା ଏହି ନୂତନ ଜାତୀୟ ପତାକାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତିଙ୍କୁ ଏହି ପତାକା ପ୍ରଦାନ କରିବା ଏହି ଅଭିଯାନ ଏବଂ ଜାତୀୟ ପତାକାର ମହତ୍ତ୍ୱକୁ ଦର୍ଶାଏ । ଏହି ତ୍ରିରଙ୍ଗାକୁ ରାଷ୍ଟ୍ରପତି ଏକ ସରକାରୀ ଅବସରରେ ଉତ୍ତୋଳନ କରିବେ, ଯାହା ଜାତୀୟ ଗୌରବ ଏବଂ ଉତ୍ସବର ମୁହୂର୍ତ୍ତ ହେବ ।

ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି, ଆମେ ଆଶା କରୁଛୁ ଯେ ପ୍ରେମ ଓ ନିଷ୍ଠାର ସହ ନିର୍ମିତ ଏହି ତ୍ରିରଙ୍ଗା ପୂର୍ବଅପେକ୍ଷା ଆହୁରି ଉଚ୍ଚରେ ଉଡ଼ିବ ଏବଂ ସମସ୍ତ ଭାରତୀୟଙ୍କୁ ଏହି ପତାକାର ମୂଲ୍ୟବୋଧ ଓ ଆଦର୍ଶକୁ ଗ୍ରହଣ କରିବାକୁ ପ୍ରେରଣା 

Leave A Reply

Your email address will not be published.