ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି (ଆରଏସଏସ) ସଙ୍ଘଚାଳକ ଡ. ମୋହନ ଭାଗବତ। ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି ମୋହନ ଭାଗବତ। ଆଜି ଏକ ସ୍ମୃତିସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତାକାଲିଠାରୁ ସାଙ୍ଗଠନିକ ବୈଠକ କରିବେ ମୋହନ।
ଭାଗବତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଂଘର ବରିଷ୍ଠ ପଦାଧିକାରୀମାନେ ସ୍ବାଗତ ଜଣାଇଥିଲେ। ଶୁକ୍ରବାରଠାରୁ ୩ ଦିନ ପର୍ଯ୍ୟନ୍ତ ସେ ରାଜ୍ୟରେ ଆରଏସଏସର ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବେ। ଏହା ସହିତ ସଂଘର ଯୋଜନା ବୈଠକରେ ଯୋଗଦେବେ।
ସୂଚନାଥାଉ କି, ଭାଜପା ରାଜ୍ୟ ସଭାପତି ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ରାଜ୍ୟ ର୍ନିବାଚନ ସହ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ। ରାଜ୍ୟ ର୍ନିବାଚନ ଅଧିକାରୀ ଓଡ଼ିଶା ଆସି ଆଲୋଚନା କରିଛନ୍ତି। ଖୁବଶୀଘ୍ର ବାକି ୧୪ ଜିଲାର ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ସେ କହିଛନ୍ତି।
ପ୍ରମୁଖ ଖବର
ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍ କଟ୍