ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

କୋମ୍ବିଂ ଅପରେସନ ବେଳେ ୨୫ କିଲୋ ଓଜନର ଆଇଇଡି ଠାବ

0

ଛତିଶଗଡ: ନକ୍ସଲଙ୍କ ଯୋଜନା ପୁଣି ଥରେ ପଣ୍ଡ କଲେ ଯବାନ। ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇଥିଲା ମାଓବାଦୀ ସଂଗଠନ। ଯାହାକୁ କାବୁ କରିବାରେ ସଫଳ ହୋଇଥିଲେ ଯବାନ।
ଯବାନମାନେ ଏହି ଲ୍ୟାଣ୍ଡମାଇନକୁ ଡିଟେକ୍ଟରରେ ଠାବ କରିନେଇଥିଲେ। ପରେ ୨୫ କିଲୋ ଓଜନର ଆଇଇଡିକୁ ଉଦ୍ଧାର କରି ନିସ୍କ୍ରିୟ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ। ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ ଆବାପାଲି ରାସ୍ତାରେ ଡିଆରଜି ଓ ସିଆରପିଏଫ ବାହିନୀ ମିଳିତ ଭାବେ କୋମ୍ବିଂ ଅପରେସନ ଚଳାଇଥିଲେ। ଉସୁର ଠାରୁ ୩ କିଲୋମିଟର ଦୂରରେ ଥିବା ଏକ ଧାନ ମଣ୍ଡି ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ।

ଏହାକୁ ଡିଟେକ୍ଟର ସାହାଯ୍ୟରେ ଠାବ କରିଥିଲା ସୁରକ୍ଷା ବାହିନୀ। ଏହା ସହିତ ନକ୍ସଲଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିଦେଇଛନ୍ତି। ଉଦ୍ଧାର ହୋଇଥିବା ଆଇଇଡିର ଓଜନ ୨୫ କିଲୋଗ୍ରାମ ହେବା ବୋଲି ଅନୁମାନ କରାଯାଉଛି। ଏହାକୁ ଏକ ପ୍ଲାଷ୍ଟିକ୍ କଣ୍ଟେନରରେ ମାଟି ତଳେ ପୋତିଥିଲେ ମାଓବାଦୀମାନେ। ଯାହାକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଯବାନ।

Leave A Reply

Your email address will not be published.