ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

କୋମ୍ବିଂ ଅପରେସନ ବେଳେ ୨୫ କିଲୋ ଓଜନର ଆଇଇଡି ଠାବ

0

ଛତିଶଗଡ: ନକ୍ସଲଙ୍କ ଯୋଜନା ପୁଣି ଥରେ ପଣ୍ଡ କଲେ ଯବାନ। ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇଥିଲା ମାଓବାଦୀ ସଂଗଠନ। ଯାହାକୁ କାବୁ କରିବାରେ ସଫଳ ହୋଇଥିଲେ ଯବାନ।
ଯବାନମାନେ ଏହି ଲ୍ୟାଣ୍ଡମାଇନକୁ ଡିଟେକ୍ଟରରେ ଠାବ କରିନେଇଥିଲେ। ପରେ ୨୫ କିଲୋ ଓଜନର ଆଇଇଡିକୁ ଉଦ୍ଧାର କରି ନିସ୍କ୍ରିୟ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ। ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ ଆବାପାଲି ରାସ୍ତାରେ ଡିଆରଜି ଓ ସିଆରପିଏଫ ବାହିନୀ ମିଳିତ ଭାବେ କୋମ୍ବିଂ ଅପରେସନ ଚଳାଇଥିଲେ। ଉସୁର ଠାରୁ ୩ କିଲୋମିଟର ଦୂରରେ ଥିବା ଏକ ଧାନ ମଣ୍ଡି ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ।

ଏହାକୁ ଡିଟେକ୍ଟର ସାହାଯ୍ୟରେ ଠାବ କରିଥିଲା ସୁରକ୍ଷା ବାହିନୀ। ଏହା ସହିତ ନକ୍ସଲଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିଦେଇଛନ୍ତି। ଉଦ୍ଧାର ହୋଇଥିବା ଆଇଇଡିର ଓଜନ ୨୫ କିଲୋଗ୍ରାମ ହେବା ବୋଲି ଅନୁମାନ କରାଯାଉଛି। ଏହାକୁ ଏକ ପ୍ଲାଷ୍ଟିକ୍ କଣ୍ଟେନରରେ ମାଟି ତଳେ ପୋତିଥିଲେ ମାଓବାଦୀମାନେ। ଯାହାକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଯବାନ।

Leave A Reply

Your email address will not be published.