ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଧରା ପଡିଲେ ଡ଼କାୟତ ଗ୍ୟାଙ୍ଗ, ୪୩୧ ଗ୍ରାମ ଗହଣା ଜବତ

0

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଧୀନସ୍ଥ ଅମ୍ଳଭଟ୍ଟା ଗ୍ରାମର ଏକ ସୁନା ଦୋକନରୁ ବଡ଼ ଧରଣର ଡ଼କାୟତି। ଉକ୍ତ ଚୋରି ଘଟଣାରେ ପୋଲିସ ଜଣେ ନାବାଳକ କୋର୍ଟରେ ହାଜର କରି ପରବର୍ତ୍ତୀ ସମୟରେ ବାଳ ସୁଧାର ଗୃହକୁ ପଠାଇଛି। ଏହି ଘଟଣାରେ ପୋଲିସ ୪୩୧ଗ୍ରାମ ସୁନା ଓ ଗୋଟିଏ ମୋଟରସାଇକେଲ ଜବତ କରିଛି। ଜବତ ସୁନା ଗହଣା ଭିତରେ ସୁନା ହାର ୭ଟି, ମଙ୍ଗଳ ସୂତ୍ର ଲକେଟ ୯ଟି, ସୁନା ମୁଦି ୪୮ଟି, ସୁନା ଚେନ୍ ୨ଟି, ମଙ୍ଗଳସୂତ୍ର ପଦକ ୧୨ଟି, କାନ ଫୁଲ ୨୭ ହଳ, ସୁନା ଲକେଟ ୨୬ଟି, କାନର ଟପ୍ ଓ ରିଂ ୬ ହଳ ରହିଛି।
ସୂଚନାଯୋଗ୍ୟ, ଅମ୍ବାଦଳା ଥାନା ଅଧୀନସ୍ଥ ଅମଳଭଟା ଗ୍ରାମର ଏକ ସୁନା ଦୋକାନୀ ମହେଶ୍ବର ନାୟକ ଡିସେମ୍ବର ୯ ତାରିଖ ସକାଳ ୮ଟା ସମୟରେ ପ୍ରାୟ ୫ଶହ ଗ୍ରାମ ସୁନା ଏକ ବ୍ୟାଗରେ ଧରି ଦୋକାନ ଖୋଲିବାକୁ ଯାଉଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଏକ ବାଇକରେ ଆସି ଉକ୍ତ ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଏନେଇ ମହେଶ୍ବର ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିବା ଆଇଆଇସି କଳ୍ପନା ବେହେରା କେସ ନଂ ୨୮୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ଏହି ଘଟଣାକୁ ଗୁରୁତ୍ବର ସହିତ ନେଇ ଏସପି ସ୍ବାଥିଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଏସ୍‌ଡିପିଓ ରଶ୍ମୀରଞ୍ଜନ ସେନାପତି, ମୁନିଗୁଡ଼ା ଏସ୍‌ଡିପିଓ ସନ୍ତୋଷୀ ଓରାମ୍, ଚାନ୍ଦିଲି ଆଇଆଇସି ପ୍ରସନ୍ନ କୁମାର ବେହେରା ଓ ଅନ୍ୟ ପୋଲିସ କର୍ମଚାରୀକୁ ନେଇ ଏକ ଟିମ୍ ଗଠନ କରାଯାଇ ଏହି ଘଟଣାର ତଦନ୍ତ କରିଥିଲା ପୋଲିସ। ଏହି ଚୋରି ପଛରେ ଜଣେ ନାବାଳକ ଥିବା ପୋଲିସ ଜାଣି ତାଙ୍କୁ ଠାବ କରିବା ସହିତ ମୋଟରସାଇକେଲ ଓ ସୁନାଗହଣା ଜବତ କରିଥିଲା।

Leave A Reply

Your email address will not be published.