ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଏଥର ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି

0

ଭୁବନେଶ୍ବର: ରେଳ ବଜେଟ ୨୦୨୫-୨୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ। ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୫୯୯ କୋଟି ଟଙ୍କା। ପୂର୍ବ ବଜେଟ ଅପେକ୍ଷା ରହିଛି ସର୍ବାଧିକ ବଜେଟ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି।
ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ ନିର୍ମାଣ ହୋଇଛି। ଓଡ଼ିଶାରେ ନବନିର୍ମିତ ଟ୍ରାକ ମାଲେସିଆରେ ଥିବା ଟ୍ରାକଠୁ ଅଧିକ।ଓଡ଼ିଶାରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଛି। ଏହା ଛଡ଼ା ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି। ଓଡ଼ିଶାରେ ୧୮୯୮ କିମି ଟ୍ରାକ୍‌ରେ କବଚ ଲାଗିବା କାମ ମଧ୍ୟ ସରିଛି।

ଅନ୍ୟପକ୍ଷେ ଏଥର ରେଳ ବଜେଟରେ ବିଶେଷ କରି ଯାତ୍ରୀ ନିରାପତ୍ତା ଓ ବିଦ୍ୟୁତ୍‌ କରଣ ଉପରେ ଫୋକସ କରାଯାଇଛି। ଦେଶରେ ଚାଲିବ ୧୦୦ ନୂଆ ‘ଅମୃତ ଭାରତ’ ଏବଂ ୫୦ଟି ‘ନମୋ ଭାରତ’ ଟ୍ରେନ। ସେହିଭଳି ଆଉ ୨୦୦ଟି ‘ବନ୍ଦେ ଭାରତ’ ଟ୍ରେନ ଗଡ଼ିବା ନେଇ ନିଷ୍ପତ୍ତି ନେଇଛି ରେଲଓ୍ବେ। ରେଳ ପଥର ଭିତ୍ତିଭୂମି ମଧ୍ୟ ସୁଦୃଢ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଦେଶରେ ଆଉ ୧ ହଜାର ବ୍ରିଜ ଏବଂ ଅଣ୍ଡର ପାସ ନିର୍ମାଣ କରାଯିବ। ଯେଉଁଠି ଆବଶ୍ୟକତା ଅଛି ସେଠାରେ ଅଗ୍ରାଧିକାର ଭିତ୍ତିରେ ବ୍ରିଜ ଏବଂ ଅଣ୍ଡର ପାସ ନିର୍ମାଣ କରିବାକୁ ଯାଉଛନ୍ତି ସରକାର। କେବଳ ସେତିକି ନୁହେଁ ଯାତ୍ରୀ ନିରାପତ୍ତା ବାବଦରେ ମୋଟ ୧ ଲକ୍ଷ ୧୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Leave A Reply

Your email address will not be published.