ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏଥର ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି

0

ଭୁବନେଶ୍ବର: ରେଳ ବଜେଟ ୨୦୨୫-୨୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ। ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୫୯୯ କୋଟି ଟଙ୍କା। ପୂର୍ବ ବଜେଟ ଅପେକ୍ଷା ରହିଛି ସର୍ବାଧିକ ବଜେଟ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି।
ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ ନିର୍ମାଣ ହୋଇଛି। ଓଡ଼ିଶାରେ ନବନିର୍ମିତ ଟ୍ରାକ ମାଲେସିଆରେ ଥିବା ଟ୍ରାକଠୁ ଅଧିକ।ଓଡ଼ିଶାରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଛି। ଏହା ଛଡ଼ା ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି। ଓଡ଼ିଶାରେ ୧୮୯୮ କିମି ଟ୍ରାକ୍‌ରେ କବଚ ଲାଗିବା କାମ ମଧ୍ୟ ସରିଛି।

ଅନ୍ୟପକ୍ଷେ ଏଥର ରେଳ ବଜେଟରେ ବିଶେଷ କରି ଯାତ୍ରୀ ନିରାପତ୍ତା ଓ ବିଦ୍ୟୁତ୍‌ କରଣ ଉପରେ ଫୋକସ କରାଯାଇଛି। ଦେଶରେ ଚାଲିବ ୧୦୦ ନୂଆ ‘ଅମୃତ ଭାରତ’ ଏବଂ ୫୦ଟି ‘ନମୋ ଭାରତ’ ଟ୍ରେନ। ସେହିଭଳି ଆଉ ୨୦୦ଟି ‘ବନ୍ଦେ ଭାରତ’ ଟ୍ରେନ ଗଡ଼ିବା ନେଇ ନିଷ୍ପତ୍ତି ନେଇଛି ରେଲଓ୍ବେ। ରେଳ ପଥର ଭିତ୍ତିଭୂମି ମଧ୍ୟ ସୁଦୃଢ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଦେଶରେ ଆଉ ୧ ହଜାର ବ୍ରିଜ ଏବଂ ଅଣ୍ଡର ପାସ ନିର୍ମାଣ କରାଯିବ। ଯେଉଁଠି ଆବଶ୍ୟକତା ଅଛି ସେଠାରେ ଅଗ୍ରାଧିକାର ଭିତ୍ତିରେ ବ୍ରିଜ ଏବଂ ଅଣ୍ଡର ପାସ ନିର୍ମାଣ କରିବାକୁ ଯାଉଛନ୍ତି ସରକାର। କେବଳ ସେତିକି ନୁହେଁ ଯାତ୍ରୀ ନିରାପତ୍ତା ବାବଦରେ ମୋଟ ୧ ଲକ୍ଷ ୧୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Leave A Reply

Your email address will not be published.