କଟକ: ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା। ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା। ତେବେ ପରୀକ୍ଷା କିପରି ସୁରୁଖୁରୁରେ ହୋଇପାରିବ ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବି ସଂପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତି ପ୍ରଶ୍ନପତ୍ରରେ ଏଥର ରହିବ ସିରିଏଲ୍ ନମ୍ବର। ଏହାଦ୍ୱାରା ପ୍ରଶ୍ନପତ୍ର ଭାଇରାଲ୍ ହେଲେ ଏହା ଜଣାପଡିବ। କେଉଁସ୍ଥାନରୁ ଓ ସେଣ୍ଟରରୁ ଭାଇରାଲ୍ ହୋଇଛି, ତାହା ସ୍ପଷ୍ଟ ଭାବେ ଜଣାପଡିବ।
୩୦ ଜିଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି। ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍ ବ୍ୟବସ୍ଥା କରାଯିବ । ୩୧୪ଟି ନୋଡାଲ୍ ସେଣ୍ଟରରେ ରହିବ ପ୍ରଶ୍ନପତ୍ର। ୧୨ ତାରିଖରୁ ୧୯ ଭିତରେ ସବୁ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ଏହାସହ ୪ ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ମୋଟ୍ ୧୭୨ଟି ସ୍କ୍ୱାର୍ଡ ରହିବେ। ଛାତ୍ରଛାତ୍ରୀ କେନ୍ଦ୍ରରେ ପହଞ୍ଚିଲେ ପ୍ରଶ୍ନପତ୍ର ପହଞ୍ଚିବ। ୭ଟା ୩୦ରୁ ୮ଟା ୩୦ ଭିତରେ କେନ୍ଦ୍ରରେ ପ୍ରଶ୍ନ ପହଞ୍ଚିବ। ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ସକାଳ ୭ଟା ୩୦ରୁ ସ୍କୁଲ ଗେଟ୍ ଖୋଲାଯିବ। ସକାଳ ୮ଟା ୩୦ ଭିତରେ ପିଲା ପ୍ରବେଶ କରିବେ। ୯ଟରୁ ପରୀକ୍ଷା ଆରମ୍ଭ ହେବ। ସବୁ ସ୍କୁଲକୁ ସେଣ୍ଟର ଇନଫରମେସନ୍ ଦିଆଯାଇଛି। ଏଥିପାଇଁ ୱେବକାଷ୍ଟରେ ସୂଚନା ଦିଆଯିବ। ପରୀକ୍ଷା ସେଣ୍ଟରରେ ମୋବାଇଲ୍ ବ୍ୟାନ ହୋଇଛି। ଯଦି କିଏ ମୋବାଇଲ୍ ନିଅନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସିସିଟିଭି ସର୍ଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର। କଣ୍ଟ୍ରୋଲ ରୁମ୍ରେ ଲାଇଭ୍ ଦେଖିବା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ସହ ପୋଲିସ ଯିବେ।
ମାଟ୍ରିକ୍ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତାଦେଖା। ପ୍ରାୟ ୧୩ ଦିନ ଧରି ଖାତାଦେଖା ଚାଲିବ। ତାପରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି।