ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ମହକୁମ୍ଭ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ

0

ଜୟପୁର: ମହାକୁମ୍ଭ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ। ଗୁରୁବାର ଅପରାହ୍ନ ପ୍ରାୟ ୩ଟା୪୫ବେଳେ ଜୟପୁର-ଅଜମେର ରାଜପଥରେ ଥିବା ମୌଖମପୁରା ଅଞ୍ଚଳରେ ଏକ ବସର ଚକ ଫାଟିଯାଇଥିଲା। ଏହି କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଦେଇଥିଲା ଓ ଉକ୍ତ ବସ ଡିଭାଇଡର୍ ଭାଙ୍ଗି ଆଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ଆଠ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିସହ ଛଅ ଜଣ ଆହତ ହୋଇଛନ୍ତି।
ମୃତକମାନେ ଭିଲୱାଡାରୁ ମହାକୁମ୍ଭକୁ ବୁଡ ପକେଇବାକୁ ଯାଉଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଜାରି ରଖିଛି। ସମସ୍ତ ମୃତକ ପୁରୁଷ ବୋଲି ଜଣାପଡିଛି । ଏପଟେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍ ଓ କାରକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ସହ ଧକ୍କା ହେବା ପରେ କାରଟି ଭାଙ୍ଗି ଚୁରମାର୍ ହୋଇଯାଇଛି ।

Leave A Reply

Your email address will not be published.