ସୁନ୍ଦରଗଡ଼: ଏଣିକି ରାତି ଅଧ ଯାଏ ଦୋକାନ ଖୋଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ସହରର ବିଭିନ୍ନ ଛକରେ ରାତି ଅଧଯାଏଁ ଚା’ ଏବଂ ପାନ ଦୋକାନ ଖୋଲା ରହୁଛି। ଉକ୍ତ ଦୋକାନୀଙ୍କୁ ଟାଉନ ଥାନା ଅଧିକାରୀଙ୍କ କଡ଼ା ତାଗିଦ୍। ରାତି ୧୦ଟାରେ ଦୋକାନ ବନ୍ଦ କର, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସୁନ୍ଦରଗଡ଼ ପୌରପାଳିକାରେ ଥିବା ଚା’ ଏବଂ ପାନ ଦୋକାନୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଟାଉନ ଥାନା ଅଧିକାରୀ। ସୁନ୍ଦରଗଡ଼ ସହରର ବିଭିନ୍ନ ଛକରେ ରାତି ଅଧଯାଏଁ ଚା’ ଏବଂ ପାନ ଦୋକାନ ଖୋଲା ରହୁଛି। ଏଥିଯୋଗୁଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଅସାମାଜିକମାନେ ଏଠାରେ ଆଡ୍ଡା ଜମାଉଛନ୍ତି।
ଏଠାରେ ଏକାଠି ହୋଇ ବିଭିନ୍ନ ଅପରାଧ ଘଟାଇବାକୁ ମାଷ୍ଟର ପ୍ଲାନ କରୁଛନ୍ତି। ତେଣୁ ରାତି ୧୦ଟା ହେଲେ ଦୋକାନ ବନ୍ଦ କରିବାକୁ ଟାଉନ ଥାନା ଅଧିକାରୀ ନୋଟିସ ଜାରି କରିଛନ୍ତି। ସୁନ୍ଦରଗଡ଼ରେ କିଛି ଦିନ ହେବ ଚୋରି, ଲୁଟ୍ ଏବଂ ଡକାୟତି ଘଟଣା ବଢୁଥିବାରୁ ଥାନା ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରମୁଖ ଖବର
ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’