ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଯୁବତୀଙ୍କ ଗଳା କାଟି ହତ୍ୟା କଲା ପ୍ରେମିକ

0

ସୋର: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମରେ ବିଫଳ ପିଶାଚ ପ୍ରେମିକର ବର୍ବରକାଣ୍ଡ। ବାଲେଶ୍ଵର ଜିଲ୍ଲା ସୋର ଥାନା ଲିଙ୍ଗାପଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଯୁବତୀଙ୍କ ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ।

ସୋମବାର ଘରେ କେହି ନଥିବା ବେଳେ ସେ ଏକାକୀ ଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ ଘଟାଇଛି। ମାତ୍ର କିଛି ସମୟ ପରେ ଘର ଲୋକ ଫେରି ତାଙ୍କ ଗଳା କଟା ଯାଇଥିବା ଦେଖିବା ପରେ ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଦୁଇଦିନ ତଳେ ଜଣେ ଯୁବକ ତାଙ୍କୁ ହଇରାଣ କରୁଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ପ୍ରେମ ଜନିତ କାରଣରୁ ଏହି ହତ୍ୟା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ହତ୍ୟାକାଣ୍ଡ ଘଟାଇ ଯୁବକ ଜଣକ ଫେରାର୍ ହୋଇଯାଇଛି।

Leave A Reply

Your email address will not be published.