ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଧକ୍କା ଦେଲା ମୋ ବସ୍‌, ୨ ଯୁବକ ଗୁରୁତର

0

ଭୁବନେଶ୍ବର: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍‌। ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନ ଛକରେ ୨ଜଣ ଯୁବକଙ୍କୁ ମୋ ବସ୍‌ ଧକ୍କା ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୨ ଜଣ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମରଣ ଯନ୍ତା ପାଲଟିଛି ମୋ ବସ୍ । ପ୍ରତିଦିନ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟାଉଛି ମୋ ବସ୍। ଆଖି ବୁଜି ଗାଡି ଚଳାଉଛନ୍ତି ଡ୍ରାଇଭର। ଫଳରେ ଯାଉଛି ନିରିହ ଲୋକଙ୍କ ଜୀବନ। ଆଜି ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍। ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ୨ ଜଣେ ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ। ଯୁବକ ଜଣଙ୍କ ଗୁରୁତର ଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ ଜଣଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ, ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ପୁରୀର ରଞ୍ଜିତ ବେହେରା। କୌଣସି କାରଣ ବସତଃ ରଞ୍ଜିତ ଟ୍ରେନ ଯୋଗେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବା କାରଣରୁ ଏକ ଗଛ ପାଖରେ ଠିଆ ହେଇଥିଲେ ରଞ୍ଜିତ। ଠିକ୍ ସେତିକିବେଳେ ମୋ ବସ୍‌ ଆସି ତାଙ୍କୁ ଧକ୍କା ଦେଇଥିଲା। ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଗୋଡ଼ରେ ପ୍ରବଳ ଆଘାତ ଲାଗିଥିବା ନେଇ ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.