ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ଲିଙ୍ଗରାଜ ମନ୍ଦିରରେ ଠେଲାପେଲା, ୨ ମହିଳା ଭକ୍ତ ଆହତ

0

ଭୁବନେଶ୍ବର: ପ୍ରସିଦ୍ଧ ଶ୍ରେବପୀଠ ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ପ୍ରବଳ ଭିଡ଼ ଯୋଗୁ ମୁଖ୍ୟ ପ୍ରବେଶ ଦ୍ବାର ସିଂହଦ୍ବାର ନିକଟରେ ଦଳାଚକଟା ପରିସ୍ଥିତି ଉପୁଜୁଛି। ଫଳରେ ୨ ଜଣ ମହିଳା ଭକ୍ତ ଆହତ ହୋଇଥିବା ଜଣାପଡିଛି।

ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ”ଆଶାଠାରୁ ଅଧିକ ଭକ୍ତ ଯୋଗୁଁ ଭିଡ଼ ନିୟନ୍ତ୍ରଣ ହୋଇପାରିଲାନି। ଗୋଟିଏ ଦ୍ୱାରରେ ଲୋକମାନେ ଯିବାଆସିବା କରିବା ଦ୍ୱାରା ଭିଡ ଅସମ୍ଭାଳ ହୋଇପଡ଼ିଲା। ହେଲେ ଏବେ ସ୍ଥିତି ସୁଧୁରୁଛି। ପୋଲିସ ଫୋର୍ସ ଲାଗିଛନ୍ତି। ରାତି ସମୟ ଆମ ପାଇଁ ଅଧିକ ଚାଲେଞ୍ଜ ହେବ। ଆମେ ପ୍ରସ୍ତୁତ ହେଉଛୁ। ଧିରେ ଧିରେ ସ୍ଥିତି ନିୟନ୍ତ୍ରଣ ହେବ।” ରାତି ୩ଟାରୁ ଏବେସୁଦ୍ଧା ପ୍ରାୟ ୫୦ ହଜାର ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ସାରିଥିବା ଡିସିପି ସୂଚନା ଦେଇଛନ୍ତି। ରାତି ୧୦ଟାରେ ଏକାମ୍ର ଅଧୀଶ୍ୱର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ।

Leave A Reply

Your email address will not be published.