ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ପୁରୀ ସମ୍ବଲପୁର, ଓ ରାଉରକେଲାରେ ଖୁବଶୀଘ୍ର ହେବ ପୌର ନିର୍ବାଚନ

0

ଭୁବନେଶ୍ବର: ପୁଣି ପୌର ନିର୍ବାଚନ ହେବା ନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର। ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ହାଇକୋର୍ଟଙ୍କ ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ କହିଛନ୍ତି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି। ବିଜେଡି ସରକାରଙ୍କ ଅମଳରେ ପୌର ନିର୍ବାଚନ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା।

ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି। ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି। ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.