ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରାଜଧାନୀରେ ଏନକାଉଣ୍ଟର

0

ଦୁର୍ଦ୍ଦାନ୍ତ ଏଟିଏମ୍‌ ଲୁଟେରା ଗୁରୁତର
ଭୁବନେଶ୍ବର: ରାତି ଅଧରେ ରାଜଧାନୀ ଛାତି ଉପରେ ହୋଇଛି ବଡ଼ ଏନକାଉଣ୍ଟର। ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ ବେଳେ ଲୁଟେରା-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଳି ବିନିମୟ ହୋଇଥିଲା। ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ।

ଏହି କୁଖ୍ୟାତ ବିହାରୀ ଲୁଟେରା ଦୀପକ ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଏଟିଏମ୍ ଲୁଟ୍ କରୁଥିଲା। ଏହି ସମୟରେ ସେଠି ପହଞ୍ଚି ଯାଇଥିଲା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ। ଲୁଟେରା ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଟିଏମ୍ ଲୁଟ୍ କରୁଥିବା ଦୀପକ କୁମାର ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ ପାଲଟା ଗୁଳିମାଡ କରିଥିଲା। ଫଳରେ ଗୁଳି ତା’ ଗୋଡ଼ରେ ବାଜିଥିଲା। ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର। ପ୍ରଥମେ କ୍ୟାପିଟାଲ ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଗୁରୁତର ଦୀପକ। ବିଭିନ୍ନ ଥାନାରେ ଦୀପକ କୁମାର ନାମରେ ରହିଛି ଅନେକ ମାମଲା।

Leave A Reply

Your email address will not be published.