ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ହୋଲିରେ ରାଜଧାନୀରେ ୨ ଜଣଙ୍କୁ ହତ୍ୟା

0

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ପାଳନ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି। ହତ୍ୟା କାଣ୍ଡର କାରଣ ଜଣାପଡିନଥିବା ବେଳେ ଉଭୟ ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗୋଟେ ପଟେ ହୋଲି ସେଲିବ୍ରେସନ ଚାଲିଥିବା ବେଳେ ସେପଟେ ରାଜଧାନୀ ଭୁବନେଶ୍ଵରରେ ଗଡିଛି ଦୁଇ ଦୁଇଟି ମୁଣ୍ଡ। ମଞ୍ଚେଶ୍ଵର ସମେଇଗାଡିଆରେ ଜଣେ ଯୁବକଙ୍କୁ ଛୁରା ମାଡ କରାଯାଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସମେଇଗାଡିଆର ଆୟୁଷ୍ମାନ ପତି। ତେବେ କେଉଁ କାରଣରୁ ଛୁରା ମାଡ ହେଲା ସେନେଇ କୌଣସି ସୂଚନା ମିଳିନଥିବା ବେଳେ ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ଆଇଆଇସି ଏବଂ ଜୋନ୫ ଏସିପି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ସେପଟେ ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି। ମଦ ନିଶାରେ ଏକାଧିକ ଲୋକ ଆକ୍ରମଣ କରିଥିବା ଜଣାପଡିଛି। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଗୁପି ଗୁଣି। ସହିଦନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.