ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

କନ୍ଧମାଳରୁ ୭୩ କେଜି ଗଞ୍ଜେଇ ଜବତ

0

କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଞ୍ଜେଇ ଜବତ ହୋଇଛି। ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ପୋଲିସକୁ ଦେଖି ଖସି ପଳାଇଥିଲେ। କ.ନୂଆଗାଁ ଥାନା ଅଧିକାରୀ ଅଶୋକ ହାଁସଦା ଙ୍କ ନେତୃତ୍ୱରେ ଏକ ଟିମ ସଅବାଲି ଜଙ୍ଗଲରେ ଚଢ଼ାଉ କରିଥିଲା। ଏହି ଚଢାଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ପଳାଇଛି। କିନ୍ତୁ ସମସ୍ତ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ।

ଅନ୍ୟପଟେ ଆଜି ରାୟଗଡ଼ା ଟାଉନ ଥାନା ପୋଲିସକୁ ବଡ ସଫଳତା ମିଳିଛି। ଧରା ପଡିଲେ ଗଞ୍ଜେଇ ମାଫିଆ। ପୋଲିସ ପେଟ୍ରୋଲିଂ ସମୟରେ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ଗଞ୍ଜେଇ ଜବତ ସହ ଗୋଟିଏ ବୋଲେରୋ ଭ୍ୟାନ୍, ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ। ଏଥିସହ ୬ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ।

Leave A Reply

Your email address will not be published.