ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୋ ବସ୍ ଆଗରେ ଓ ପଛରେ ଲାଗିବ କ୍ୟାମେରା: ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ବର: ରାଜଧାନୀରେ ମୋ ବସ୍ ଦୁର୍ଘଟଣା ରୋକିବାକୁ ବଡ ପଦକ୍ଷେପ ନେଲେ ସରକାର। ଏବେ ବସ୍‌ ର ଆଗରେ ଓ ପଛରେ ଲଗାଯିବ କ୍ୟାମେରା। ଦୁର୍ଘଟଣା ବେଳେ କ୍ୟାମେରାର ଫିଡ୍ କୁ ଯାଞ୍ଚ କରାଯିବ ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବସ୍‌କୁ ଛାଡିବା ବେଳେ, ବସ୍ ଚଳାଇବା ସମୟରେ ଏବଂ ବସ୍‌ରୁ ଓହ୍ଲାଇବା ସମୟରେ ଡ୍ରାଇଭରଙ୍କୁ ଦିନକୁ ୩ ରାଉଣ୍ଡ ଚେକ୍ କରଯାଉଛି । କିଭଳି ଡ୍ରାଇଭର ମାନେ ମଦ ପିଇ ବସ୍ ଚଳେଇବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଯେଉଁମାନେ ଧରାପଡୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେମାନଙ୍କୁ ସେଇ ମୁହୁର୍ତ୍ତରେ ବହିଷ୍କାର କରାଯାଉଛି। ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୭ ଡ୍ରାଇଭରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ ଯେ, ଗତ ୮ ମାସରେ ୬ ମୁଣ୍ଡ ନେଲାଣି ମୋ ବସ୍। ଜୁନ୍ ୨୦୨୪ ଠାରୁ ଏଯାଏଁ କଟକ, ପୁରୀ ଓ ଭୁବନେଶ୍ୱରରେ ମୋ ବସ୍ ଦ୍ୱାରା ୧୯ଟି ଦୁର୍ଘଟଣା ହୋଇଛି। ଏଥିରେ ୧୮ ଜଣ ଆହତ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.