ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ମୋ ବସ୍ ଆଗରେ ଓ ପଛରେ ଲାଗିବ କ୍ୟାମେରା: ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ବର: ରାଜଧାନୀରେ ମୋ ବସ୍ ଦୁର୍ଘଟଣା ରୋକିବାକୁ ବଡ ପଦକ୍ଷେପ ନେଲେ ସରକାର। ଏବେ ବସ୍‌ ର ଆଗରେ ଓ ପଛରେ ଲଗାଯିବ କ୍ୟାମେରା। ଦୁର୍ଘଟଣା ବେଳେ କ୍ୟାମେରାର ଫିଡ୍ କୁ ଯାଞ୍ଚ କରାଯିବ ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବସ୍‌କୁ ଛାଡିବା ବେଳେ, ବସ୍ ଚଳାଇବା ସମୟରେ ଏବଂ ବସ୍‌ରୁ ଓହ୍ଲାଇବା ସମୟରେ ଡ୍ରାଇଭରଙ୍କୁ ଦିନକୁ ୩ ରାଉଣ୍ଡ ଚେକ୍ କରଯାଉଛି । କିଭଳି ଡ୍ରାଇଭର ମାନେ ମଦ ପିଇ ବସ୍ ଚଳେଇବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଯେଉଁମାନେ ଧରାପଡୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେମାନଙ୍କୁ ସେଇ ମୁହୁର୍ତ୍ତରେ ବହିଷ୍କାର କରାଯାଉଛି। ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୭ ଡ୍ରାଇଭରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ ଯେ, ଗତ ୮ ମାସରେ ୬ ମୁଣ୍ଡ ନେଲାଣି ମୋ ବସ୍। ଜୁନ୍ ୨୦୨୪ ଠାରୁ ଏଯାଏଁ କଟକ, ପୁରୀ ଓ ଭୁବନେଶ୍ୱରରେ ମୋ ବସ୍ ଦ୍ୱାରା ୧୯ଟି ଦୁର୍ଘଟଣା ହୋଇଛି। ଏଥିରେ ୧୮ ଜଣ ଆହତ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.