ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ହେମାମାଳିନୀଙ୍କ ଭାରତନାଟ୍ୟମ ନୃତ୍ୟରେ ବିମୋହିତ ହେଲେ ଦର୍ଶକ

0

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋତ୍ସବ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନୃତ୍ୟଶିଳ୍ପୀ ହେମାମାଳିନୀ, ସଂଗୀତଜ୍ଞ ହରିପ୍ରସାଦ ଚୌରସିଆ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହି ମହୋତ୍ସବରେ ମଥୁରାର ଏମ୍‌ପି, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ହେମାମାଳିନୀ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ।

ସର୍ବପ୍ରଥମେ “ପୁଷ୍ପାଞ୍ଜଳି”, “ଗଣେଶ ଆରାଧନା”,”ଲକ୍ଷ୍ମୀ ସ୍ତୁତି”ରେ ନୃତ୍ୟଶିଳ୍ପୀ ହେମାମାଳିନୀ ନୃତ୍ୟ ଆରମ୍ଭ କରିଥିଲେ। ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏଥିସହ ଜୟଦେବଙ୍କ “ଗୀତଗୋବିନ୍ଦ” ଉପରେ ଆଧାରିତ ହେମାଙ୍କ ନୃତ୍ୟ ବିଶେଷ ଆକର୍ଷଣ ରହିଥିଲା। ହେମାମାଳିନୀଙ୍କ ସହିତ ନାଟ୍ୟବିହାର କଳାକେନ୍ଦ୍ରର ନୃତ୍ୟଶିଳ୍ପୀମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ। ବୃନ୍ଦାବନ ଗୁରୁକୁଳର ଶିଷ୍ୟମାନଙ୍କ ବଂଶୀ ଓ ତବଲା ବାଦନ ମଧ୍ୟ ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା।

ଏହି ଅବସରରେ ନୃତ୍ୟଶିଳ୍ପୀ ହେମାମାଳିନୀ କହିଥିଲେ ଯେ, “ଓଡ଼ିଶା ହେଉଛି ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଭୂମି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିକୁ ଆସି ନୃତ୍ୟ ପରିବେଷଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶାର ସଂଗୀତ, ନୃତ୍ୟ, ଖାଦ୍ୟ, ବସ୍ତ୍ର, କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ ସବୁକିଛି ବେଶ ନିଆରା”। ଏଥିସହ ଆଜିର କାର୍ଯ୍ୟକ୍ରମରେ ଦର୍ଶକମାନଙ୍କ ମଧ୍ୟରେ ରହିଥିବା ଉତ୍ସାହ ପରିଲକ୍ଷିତ କରି ସେ ବେଶ ଆନନ୍ଦିତ ବୋଲି ହେମାମାଳିନୀ ମତବ୍ୟକ୍ତ କରିଥିଲେ। ପୁରୀର ଏମ୍‌ପି ସମ୍ବିତ ପାତ୍ର ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ହେମାମାଳିନୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.