ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ପୁଣି ଖୋଲିବ ବନ୍ଦ ହୋଇଥିବା ସ୍କୁଲ୍ : ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ବର: ପୁଣି ଖୋଲିବ ବନ୍ଦ ହୋଇଥିବା ସ୍କୁଲ୍। ପୂର୍ବ ଶାସନର ମିଶ୍ରଣ ନୀତିର ଅଂଶ ସ୍ୱରୂପ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲିବା ନେଇ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି।

ଗତ ସରକାର ଅମଳରେ ଅନେକ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଅନେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ିଲାଣି। ତେଣୁ ଉକ୍ତ ସ୍କୁଲଗୁଡ଼ିକୁ ପୁଣି ଖୋଲିବା ପାଇଁ କିଛି ପଦକ୍ଷେପ ନେବେ କି ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଅତାବିରାର ଭାଜପା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ଏହା ପରେ ମନ୍ତ୍ରୀ ତାଙ୍କର ଉତ୍ତର ରଖିଛନ୍ତି।

ପୂର୍ବ ସରକାର ତରବରିଆ ଭାବେ ସ୍କୁଲର ମିଶ୍ରଣ କରିଥିଲେ। ସମୁଦାୟ ୫ ହଜାର ୬୩୨ ସ୍କୁଲକୁ ମିଶ୍ରଣ କରାଯାଇଥିଲା। ୨ ହଜାର ୧୫୨ ସାଟେଲାଇଟ୍ ସ୍କୁଲକୁ ମିଶ୍ରଣ କରାଯାଇଛି। ସିଡ୍ୟୁଲ୍ ଏରିଆରେ ୨୦ ଏବଂ ନନସିଡ୍ୟୁଲ୍ ଏରିଆରେ ସର୍ବନିମ୍ନ ୪୦ ଜଣ ପିଲା ରହିଲେ ବନ୍ଦ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।

ତରବରିଆ ଭାବେ ପୂର୍ବ ସରକାର ଏପରି ନିଷ୍ପତ୍ତି ନେଇଥିଲେ। ଫଳରେ ଅନେକ ସ୍କୁଲ୍ ବନ୍ଦ ହୋଇଯାଇଥିଲା। ବନ୍ଦ ହୋଇଥିବା ସ୍କୁଲର ଛୋଟ ଛୋଟ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ ନିଜ ଗାଁ ଛାଡି ଅନ୍ୟ ଗାଁକୁ ଏପରିକି ନଦୀନାଳ ପାର ହୋଇ ପିଲାଙ୍କୁ ସ୍କୁଲ ଯିବାକୁ ପଡିଥିଲା। ବିଭିନ୍ନ ସ୍ଥାନରୁ ଏ ସଂପର୍କରେ ସରକାରଙ୍କ ପାଖକୁ ଅଭିଯୋଗ ମଧ୍ୟ ଆସିଥିଲା। କିନ୍ତୁ ପୂର୍ବ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ବର୍ତ୍ତମାନର ସରକାର ଏହାକୁ ବିଚାର କରି ନୀତିଗତ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.