ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ବଳାତ୍କାର ଅଭିଯୋଗରେ ନିର୍ଦ୍ଦେଶକ ସନୋଜ ମିଶ୍ରା ଗିରଫ

0

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫’ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିର୍ଦ୍ଦେଶକଙ୍କ ଉପରେ ଜଣେ ମହିଳା ତାଙ୍କୁ ବହୁ ବର୍ଷ ଧରି ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି।

୪୫ ବର୍ଷୀୟ ସନୋଜ ମିଶ୍ରଙ୍କ ଉପରେ ଝାନସିର ଜଣେ ୨୮ ବର୍ଷୀୟ ମହିଳା ଅଭିଯୋଗ ଆଣିଥିଲେ ଯେ, ସନୋଜ ତାଙ୍କୁ ଚାରି ବର୍ଷ ଧରି ବଳାତ୍କାର କରିଥିଲେ। ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ହେବାକୁ ଚାହୁଁଥିବା ମହିଳା ଜଣକ ମୁମ୍ବାଇରେ ସନୋଜଙ୍କ ସହ ଲିଭ-ଇନ ସମ୍ପର୍କରେ ଥିଲେ। ନିର୍ଦ୍ଦେଶକ ତାଙ୍କୁ ତିନିଥର ଗର୍ଭପାତ କରିବାକୁ ମଧ୍ୟ ବାଧ୍ୟ କରିଥିଲେ।

ପୋଲିସରେ ଅଭିଯୋଗ କଲେ ପୀଡ଼ିତାଙ୍କ ଅଶ୍ଲୀଳ ଫଠୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ହାଇକୋର୍ଟରେ ସନୋଜ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଦିଲ୍ଲୀର ନବୀ କରୀମ ଥାନା ପୋଲିସ ଗିରଫ କରିଛି। ସନୋଜ ଯୁବତୀଙ୍କୁ ଧମକଚମକ ଦେଇ ଚୁପ କରି ରଖିଥିବା ଅଭିଯୋଗ ହୋଇଥିଲା। ଗତ ୨୦୨୦ରେ ସୋସିଆଲ ମିଡିଆର ଜରିଆରେ ଯୁବତୀଙ୍କ ସହ ସନୋଜ ମିଶ୍ରାଙ୍କ ସମ୍ପର୍କ ଗଢି ଉଠିଥିଲା। ସନୋଜ ଯୁବତୀଙ୍କୁ ଭେଟିବାକୁ ଝାନସୀ ଆସିଥିଲେ ମଧ୍ୟ ତାଙ୍କୁ ଭେଟିନଥିଲେ ସମ୍ପୃକ୍ତ ଯୁବତୀ ।

ଏହାପରେ ସନୋଜ ଆତ୍ମହତ୍ୟା କରିବାର ଧମକ ଦେଇ ଯୁବତୀଙ୍କୁ ଡାକିଥିଲେ। ଏହାପରେ ପୀଡ଼଼ିତାଙ୍କୁ ପାନୀୟରେ ନିଶାଯୁକ୍ତ ପଦାର୍ଥ ମିଶାଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଏହି ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ବାରମ୍ବାର ଯୁବତୀଙ୍କ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଯୁବତୀ ଜଣକ ମୁମ୍ବାଇରେ ରହିବାକୁ ଚାଲିଯାଇଥିଲେ। ମୁମ୍ବାଇରେ ରହଣୀ ସମୟରେ ଯୁବତୀଙ୍କ ୩ ଥର ସନୋଜ ଗର୍ଭପାତ କରାଯାଇଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା ।

Leave A Reply

Your email address will not be published.