ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ସ୍ବାଭାବିକ ହେଲା ରେଳ ଚଳାଚଳ

0

ନ୍ୟୁଜ୍ ବ୍ୟୁରୋ: କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍‌ ମରାମତି କାର୍ଯ୍ୟ ଶେଷ ହୋଇଛି। ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବାନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉ କି, ବେଙ୍ଗାଲୁରୁରୁ କାମାକ୍ଷା ଅଭିମୁଖେ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ ଉକ୍ତ ପାସେଞ୍ଜର ହଲ୍ଟ ନିକଟରେ ରବିବାର ପୂର୍ବାହ୍ନରେ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ୧୧ଟି ବଗି ଟ୍ରାକ୍‌ରୁ ବାହାରି ଯାଇଥିଲା। ଏହି ଦୁର୍ଘଟଣାରେ ୧୬ଜଣ ଗୁରୁତର ହୋଇଥିଲେ। ଚିକିତ୍ସା ଲାଗି ସେମାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ସାମାନ୍ୟ ଆହତ ଯାତ୍ରୀମାନେ ନିଜ ସୁବିଧା ଅନୁସାରେ ଅନ୍ୟ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ରେଲଓ୍ବେ ପକ୍ଷରୁ ଏକ ସ୍ପେଶାଲ ଟ୍ରେନ୍‌ ବ୍ୟବସ୍ଥା କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଟ୍ରାକ୍‌ ମରାମତି କାର୍ଯ୍ୟ ଦ୍ରୁତଗତିରେ ଚାଲିଥିଲା। ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେତେକ ଟ୍ରେନ୍‌ ନରାଜ ଦେଇ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଏହି ରୁଟ୍‌ରେ ୨୪ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.