ପ୍ରମୁଖ ଖବର

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର
ପିପିଲି: ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ୪ ଆହତ
ପୁରୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବିହାର: ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ଆଜି ସୁଭଦ୍ରା ଆବେଦନର ଶେଷ ତାରିଖ

0

ଭୁବନେଶ୍ବର: ସୁଭଦ୍ରା ଯୋଜନା ପାଇଁ ନୂଆ ଆବେଦନକାରୀଙ୍କ ଲାଗି ସୋମବାର ଅର୍ଥାତ ୩୧ ମାର୍ଚ୍ଚ ହେଉଛି ଶେଷ ତାରିଖ। ଆଜି ମଧ୍ୟରେ ଆବେଦନ କଲେ ଏକାସାଙ୍ଗରେ ୩ ଟି କିସ୍ତିର ଟଙ୍କା ଆପଣ ପାଇପାରିବେ। ଅର୍ଥାତ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ୧୫ ହଜାର ଟଙ୍କା ଆସିବ।

ସୁଭଦ୍ରା ଯୋଜନାର ଲାଭ ଉଠାଇବା ଲାଗି ଆବେଦନର ଶେଷ ତାରିଖ ରହିଛି ମାର୍ଚ୍ଚ ୩୧। ଏହାପରେ ଆଉ ଆବେଦନର ସୀମା ବୃଦ୍ଧି ପାଇବ ନାହିଁ। ଏହାପରେ ଆବେଦନକାରୀ ରାଖୀ ପୂର୍ଣ୍ଣିମାରେ ଏକକାଳୀନ ୩ କିସ୍ତିର ଟଙ୍କା ପାଇବେ। ଏଣୁ ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ତୁରନ୍ତ ତାହା କରି ନିଅନ୍ତୁ। ଯଦି ସେମାନେ ଯୋଗ୍ୟ ବିବେଚିତ ହେବେ ତେବେ ସେମାନଙ୍କ ଆକାଉଣ୍ଟକୁ ଏକାଥରକେ ୩ କିସ୍ତିର ସୁଭଦ୍ରା ଟଙ୍କା ଆସିବ।

ସୂଚନାଯୋଗ୍ୟ, ଇତିମଧ୍ୟରେ ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଛି। ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇଥିଲେ। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇସାରିଥିଲେ ସେମାନଙ୍କୁ ଟଙ୍କା ମିଳିଥିଲା।

Leave A Reply

Your email address will not be published.