ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଆଜି ସୁଭଦ୍ରା ଆବେଦନର ଶେଷ ତାରିଖ

0

ଭୁବନେଶ୍ବର: ସୁଭଦ୍ରା ଯୋଜନା ପାଇଁ ନୂଆ ଆବେଦନକାରୀଙ୍କ ଲାଗି ସୋମବାର ଅର୍ଥାତ ୩୧ ମାର୍ଚ୍ଚ ହେଉଛି ଶେଷ ତାରିଖ। ଆଜି ମଧ୍ୟରେ ଆବେଦନ କଲେ ଏକାସାଙ୍ଗରେ ୩ ଟି କିସ୍ତିର ଟଙ୍କା ଆପଣ ପାଇପାରିବେ। ଅର୍ଥାତ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ୧୫ ହଜାର ଟଙ୍କା ଆସିବ।

ସୁଭଦ୍ରା ଯୋଜନାର ଲାଭ ଉଠାଇବା ଲାଗି ଆବେଦନର ଶେଷ ତାରିଖ ରହିଛି ମାର୍ଚ୍ଚ ୩୧। ଏହାପରେ ଆଉ ଆବେଦନର ସୀମା ବୃଦ୍ଧି ପାଇବ ନାହିଁ। ଏହାପରେ ଆବେଦନକାରୀ ରାଖୀ ପୂର୍ଣ୍ଣିମାରେ ଏକକାଳୀନ ୩ କିସ୍ତିର ଟଙ୍କା ପାଇବେ। ଏଣୁ ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ତୁରନ୍ତ ତାହା କରି ନିଅନ୍ତୁ। ଯଦି ସେମାନେ ଯୋଗ୍ୟ ବିବେଚିତ ହେବେ ତେବେ ସେମାନଙ୍କ ଆକାଉଣ୍ଟକୁ ଏକାଥରକେ ୩ କିସ୍ତିର ସୁଭଦ୍ରା ଟଙ୍କା ଆସିବ।

ସୂଚନାଯୋଗ୍ୟ, ଇତିମଧ୍ୟରେ ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଛି। ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇଥିଲେ। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇସାରିଥିଲେ ସେମାନଙ୍କୁ ଟଙ୍କା ମିଳିଥିଲା।

Leave A Reply

Your email address will not be published.