ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି

0

ଭୁବନେଶ୍ବର: ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି। ଏହି ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଯାଇଛି। ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି ବିତାଇବେ।
ଜିଲ୍ଲା ଗସ୍ତ ବେଳେ ସଚିବମାନେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ, ସେତୁବନ୍ଧ ଯୋଜନା, ପଞ୍ଚସଖା ଶିକ୍ଷା ସେତୁ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ ଭଳି ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ।

ଏହାସହ ଆଦିବାସୀ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସହ ସଚିବମାନେ ଆଲୋଚନା କରିବେ। ପୂର୍ବରୁ ସଚିବମାନଙ୍କ ଜିଲ୍ଲା ଗସ୍ତ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲ। ଗତକାଲି ଉନ୍ନୟନ କମିଶନର ଅନୁ ଗର୍ଗ ପୁଣି ଏକ ଚିଠି କରି ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିଛନ୍ତି।

Leave A Reply

Your email address will not be published.