ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି

0

ଭୁବନେଶ୍ବର: ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି। ଏହି ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଯାଇଛି। ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି ବିତାଇବେ।
ଜିଲ୍ଲା ଗସ୍ତ ବେଳେ ସଚିବମାନେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ, ସେତୁବନ୍ଧ ଯୋଜନା, ପଞ୍ଚସଖା ଶିକ୍ଷା ସେତୁ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ ଭଳି ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ।

ଏହାସହ ଆଦିବାସୀ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସହ ସଚିବମାନେ ଆଲୋଚନା କରିବେ। ପୂର୍ବରୁ ସଚିବମାନଙ୍କ ଜିଲ୍ଲା ଗସ୍ତ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲ। ଗତକାଲି ଉନ୍ନୟନ କମିଶନର ଅନୁ ଗର୍ଗ ପୁଣି ଏକ ଚିଠି କରି ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିଛନ୍ତି।

Leave A Reply

Your email address will not be published.