ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ

0

ନୂଆଦିଲ୍ଲୀ: ଆଜି ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀରାମଙ୍କ ଜନ୍ମ ଦିବସ। ଏହି ଅବସରରେ ଅଯୋଧ୍ୟାରେ ଉତ୍ସବର ମାହୋଲା ଲାଗିରହିଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଇଁ ରାମନଗରୀ ଚଳଚଞ୍ଚଳ ହୋଇଉଠିଛି। ରାମ ମନ୍ଦିରକୁ ରାମ ନବମୀ ଅବସରରେ ଭବ୍ୟ ରୂପେ ସଜାଯାଇଛି। ଏହି ପବିତ୍ର ଦିନରେ ରାମଲଲାଙ୍କର ସୂର୍ଯ୍ୟ ତିଲକ କରାଯାଇଛି। ସୂର୍ଯ୍ୟଙ୍କ କିରଣ ମାଧ୍ୟମରେ ରାମଲଲାଙ୍କ ମସ୍ତକରେ ତିଲକ କରାଯାଇଛି। କେବଳ ଅଯୋଧ୍ୟା ନୁହେଁ ଆଜି ପୁରା ଦେଶ ରାମମୟ ହୋଇଛି।

ହଜାର ହଜାର ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ରାମ ମନ୍ଦିରରେ ସମାଗମ କରିଛନ୍ତି। ଏହି ଦିନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସୂର୍ଯ୍ୟ ତିଲକ ସମାରୋହ । ମଧ୍ୟାହ୍ନ ୧୨ଟାରୁ ଜନ୍ମୋତ୍ସବ ପାଳନ ହେଉଛି। ଦେଶବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦେଖିଥିଲେ। ସୂର୍ଯ୍ୟ ତିଳକ ସମୟରେ ପ୍ରଭୁ ରାମଲାଲାଙ୍କ ମଥାରେ ୪ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ପ୍ରକାଶିତ ହୋଇଥିଲା। ଏହା ପୂର୍ବରୁ ପୂର୍ବାହ୍ନ ସାଢ଼େ ୯ଟାରେ ଭଗବାନ ରାମଲାଲାଙ୍କ ବିଶେଷ ଅଭିଷେକ ହୋଇଥିଲା। ଏହା ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ତାଙ୍କର ଭବ୍ୟ ଶୃଙ୍ଗାର କରାଯାଇଛି।

ସୂର୍ଯ୍ୟାଭିଷେକର ସିଧାପ୍ରସାରଣ କରାଯାଇଥିଲା, ଯାହାକୁ ପୁରା ଦୁନିଆ​‌ ଦେଖିଥିଲା। ରାମ ମନ୍ଦିରରେ ଏହା ୨ୟ ଜନ୍ମୋତ୍ସବ। ପୂର୍ବାହ୍ନରେ ଭବ୍ୟ ଶୃଙ୍ଗାର ପରେ ପ୍ରସାଦ ଲାଗି ହୋଇଥିଲା। ଭଗବାନଙ୍କୁ ୫୬ ପ୍ରକାର ଭୋଗ ଲାଗି କରାଯାଇଛି।

Leave A Reply

Your email address will not be published.