ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ସୋଆ ଆଇଭିଏସ୍‌ଏଏଚ୍ ପକ୍ଷରୁ ବିଶ୍ୱ ହୋମିଓପ୍ୟାଥି ଦିବସ ପାଳିତ

0

ଭୁବନେଶ୍ୱର: ପ୍ରାଣୀ ଚିକିତ୍ସା ଓ ରୋଗ ନିରାକରଣରେ ହୋମିଓପ୍ୟାଥି ଔଷଧର ପ୍ରୟୋଗକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ଶୁକ୍ରବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ବିଶ୍ୱ ହୋମିଓପ୍ୟାଥି ଦିବସ ୨୦୨୫ ଅବସରରେ ଆୟୋଜିତ ଏହି କର୍ମଶାଳାର ପ୍ରସଙ୍ଗ ରହିଥିଲା ‘ୟୁଜ୍ ଅଫ୍ ହୋମିଓପ୍ୟାଥିକ୍ ଡ୍ରଗ୍ସ ଇନ୍ ଦ ଟ୍ରିଟମେଂଟ ଆଣ୍ଡ ପ୍ରିଭେନ୍‌ସନ୍ ଅଫ୍ ଲାଇଭଷ୍ଟକ୍ ଡିଜିଜେସ୍‌’।

ଆୟୋଜିତ ଏହି କର୍ମଶାଳାରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ହୋମିଓପ୍ୟାଥି ଔଷଧର ପାଶ୍ୱର୍ପ୍ରତିକ୍ରିୟା କମ୍ ରହିବା ସହ ଏହା ଫଳପ୍ରଦ ମଧ୍ୟ ହୋଇଥାଏ। ପ୍ରାଣୀମାନଙ୍କ କ୍ଷେତ୍ରରେ ଚିକିତ୍ସା କରିବା କଷ୍ଟକର। ତେଣୁ ସେମାନଙ୍କୁ କିଭଳି ସୁସ୍ଥ କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏଭଳି କ୍ଷେତ୍ରରେ ହୋମିଓପ୍ୟାଥି ଚିକିତ୍ସାର ମହତ୍ୱ ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ନିରଞ୍ଜନ ମହାନ୍ତି କହିଥିଲେ ଯେ ଭାରତରେ ହୋମିଓପ୍ୟାଥି ଚିକିତ୍ସା ପରିଧି ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଉଛି। ସାରା ଭାରତରେ ୩ ଲକ୍ଷ ୨୦ ହଜାର କାର୍ଯ୍ୟରତ ହୋମିଓପ୍ୟାଥି ଡାକ୍ତର ରହିଛନ୍ତି। ତେଣୁ ପ୍ରାଣୀଙ୍କ ଚିକିତ୍ସା କ୍ଷେତ୍ରରେ ହୋମିଓପ୍ୟାଥିର ପ୍ରୟୋଗ ଖୁବ୍ ଉତମ ଉଦ୍ୟମ ବୋଲି ସେ କହିଛନ୍ତି।

ଏହି ଅବସରରେ ସେଂଟ୍ରାଲ୍ କାଉନ୍‌ସିଲ ଫର ରିସର୍ଚ୍ଚ ଇନ୍ ହୋମିଓପ୍ୟାଥି (ସିସିଆର୍‌ଏଚ୍‌) ଭୁବନେଶ୍ୱରର ବୈଜ୍ଞାନିକ ଡକ୍ଟର ସୁଜାତା ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଭିଏସ୍‌ଏଏଚ୍‌ର ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହ କମ୍ ଔଷଧ ପ୍ରୟୋଗ ଦ୍ୱାରା ଅଧିକ ଫଳପ୍ରଦ ଚିକିତ୍ସା ହିଁ ହେଉଛି ହୋମିଓପ୍ୟାଥିର ମୂଳମନ୍ତ୍ର ବୋଲି କହିଥିଲେ। ହୋମିଓପ୍ୟାଥିର ଉଦ୍‌ଭାବକ କ୍ରିଷ୍ଟିଆନ୍ ଫ୍ରେଡରିକ୍ ସାମୁଏଲ୍ ହାନିମ୍ୟାନ୍‌ଙ୍କ ଜନ୍ମ ଦିନକୁ ହୋମିଓପ୍ୟାଥି ଦିବସ ଭାବେ ପାଳନ କରାଯାଏ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ପୂର୍ବତନ ପ୍ରଫେସର ଡକ୍ଟର ଗଗନ ବିହାରୀ ପାଣିଗ୍ରାହୀ ଏବଂ ପୂର୍ବତନ ରିଡର ଡକ୍ଟର ନିର୍ମଳ କୁମାର ମହାପାତ୍ର ହୋମିଓପ୍ୟାଥି ଚିକିତ୍ସାର ପ୍ରାଣୀମାନଙ୍କ ଉପରେ ପ୍ରୟୋଗ କେତେ ପ୍ରଭାବଶାଳୀ ସେ ନେଇ ନିଜ ଅନୁଭୂତି ବଖାଣିଥିଲେ। କାର୍ଯ୍ୟକ୍ରମରେ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ଏସ୍‌.କେ ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.