ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍ ଆୟୋଜିତ

0

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍‌ ହସ୍ପିଟାଲ ଦ୍ୱାରା ‘ ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍‌’ ଏଠାରେ ରବିବାର ଦିନ ଆନୁଷ୍ଠିତ ହୋଇଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମିଟ୍‌କୁ ଉଦ୍‌ଘାଟନ କରିଥିଲେ। ଏଥିରେ ଅତିଥି ରୂପେ ଜାତୀୟ ଗ୍ୟାଷ୍ଟ୍ରୋ ସଂଗଠନର ସେକ୍ରେଟାରୀ ଜେନେରାଲ୍ ଡ. ମାଥ୍ୟୁ ଫିଲିପ୍ , ନୂଆଦିଲ୍ଲୀ ସ୍ଥିତ ଏମସ୍‌ର ପ୍ରଫେସର ଡ. ଗୋବିନ୍ଦ ମଖାରିଆ ଓ ଚଣ୍ଡିଗଡ ସ୍ଥିତ ପିଜିଆଇର ପ୍ରଫେସର ଡ. ବିଶାଲ୍ ଶର୍ମା ଯୋଗ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା ‘ଲ୍ୟୁମେନ୍‌’ ରୋଗର ରହସ୍ୟ ଉନ୍ମୋଚନ। ଏହି ଆଲୋଚନା ଚକ୍ରରେ ଭାରତର ବିଭିନ୍ନ ମେଡିକାଲ କଲେଜର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡାକ୍ତରମାନେ ନିଜ ନିଜର ଗବେଷଣା ପ୍ରସୂତ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଓ ପ୍ରଶ୍ନୋତର ମାଧ୍ୟମରେ ଲ୍ୟୁମେନ୍ ରୋଗର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଅତ୍ୟାଧୁନିକ ଉପାୟର ସୂଚନା ଦେଇଥିଲେ।

ଏହି ଅବସରରେ ଭାରତର କିମ୍ବଦନ୍ତୀ ଗ୍ୟାଷ୍ଟ୍ରୋ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର (ଡ.) ଟି.ଏସ୍‌. ଚନ୍ଦ୍ର ଶେଖରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନା ଚକ୍ରରେ ଓଡିଶା ତଥା ରାଜ୍ୟ ବାହାରୁ ୨୫୦ରୁ ଅଧିକ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ।

ଏହି ଆଲୋଚନା ଚକ୍ର ପରିଚାଳନା କରିଥିଲେ ଆଇଏମ୍‌ଏସ୍‌ର ଗ୍ୟାଷ୍ଟ୍ରୋ ବିଭାଗର ମୁଖ୍ୟ ପ୍ରଫେସର (ଡ.) ଗିରିଶ କୁମାର ପତି, ସହଯୋଗ କରିଥିଲେ ପ୍ରଫେସର (ଡ) ଜିମ୍ମୀ ନାରାୟଣ । ଅତିଥି ଓ ବକ୍ତାମାନଙ୍କୁ ସ୍ୱାଗତ କରିଥିଲେ ସଂଗଠନ ସଂପାଦକ ଆସୋସିଏଟ୍ ପ୍ରଫେସର (ଡ) ଅନୁରାଗ ଜେନା ଓ ଅନ୍ୟତମ ସଂଗଠନ ସଂପାଦକ, ଆସୋସିଏଟ୍ ପ୍ରଫେସର (ଡ) ମନଜିତ୍ କାନୁନଗୋ। ସମ୍ମିଳନୀର ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ଆସୋସିଏଟ୍ ପ୍ରଫେସର (ଡ) ସ୍ୱରୂପ କୁମାର ପଯ୍ଟନାୟକ, ଆସୋସିଏଟ୍‌ ପ୍ରଫେସର (ଡ) ଏସ୍‌. ରାକେଶ କୁମାର ଏବଂ ଆସିଷ୍ଟାଂଟ ପ୍ରଫେସର (ଡ) ବଶିଷ୍ଠ ପାଲନଟି।

Leave A Reply

Your email address will not be published.