ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍ ଆୟୋଜିତ

0

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍‌ ହସ୍ପିଟାଲ ଦ୍ୱାରା ‘ ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍‌’ ଏଠାରେ ରବିବାର ଦିନ ଆନୁଷ୍ଠିତ ହୋଇଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମିଟ୍‌କୁ ଉଦ୍‌ଘାଟନ କରିଥିଲେ। ଏଥିରେ ଅତିଥି ରୂପେ ଜାତୀୟ ଗ୍ୟାଷ୍ଟ୍ରୋ ସଂଗଠନର ସେକ୍ରେଟାରୀ ଜେନେରାଲ୍ ଡ. ମାଥ୍ୟୁ ଫିଲିପ୍ , ନୂଆଦିଲ୍ଲୀ ସ୍ଥିତ ଏମସ୍‌ର ପ୍ରଫେସର ଡ. ଗୋବିନ୍ଦ ମଖାରିଆ ଓ ଚଣ୍ଡିଗଡ ସ୍ଥିତ ପିଜିଆଇର ପ୍ରଫେସର ଡ. ବିଶାଲ୍ ଶର୍ମା ଯୋଗ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା ‘ଲ୍ୟୁମେନ୍‌’ ରୋଗର ରହସ୍ୟ ଉନ୍ମୋଚନ। ଏହି ଆଲୋଚନା ଚକ୍ରରେ ଭାରତର ବିଭିନ୍ନ ମେଡିକାଲ କଲେଜର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡାକ୍ତରମାନେ ନିଜ ନିଜର ଗବେଷଣା ପ୍ରସୂତ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଓ ପ୍ରଶ୍ନୋତର ମାଧ୍ୟମରେ ଲ୍ୟୁମେନ୍ ରୋଗର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଅତ୍ୟାଧୁନିକ ଉପାୟର ସୂଚନା ଦେଇଥିଲେ।

ଏହି ଅବସରରେ ଭାରତର କିମ୍ବଦନ୍ତୀ ଗ୍ୟାଷ୍ଟ୍ରୋ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର (ଡ.) ଟି.ଏସ୍‌. ଚନ୍ଦ୍ର ଶେଖରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନା ଚକ୍ରରେ ଓଡିଶା ତଥା ରାଜ୍ୟ ବାହାରୁ ୨୫୦ରୁ ଅଧିକ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ।

ଏହି ଆଲୋଚନା ଚକ୍ର ପରିଚାଳନା କରିଥିଲେ ଆଇଏମ୍‌ଏସ୍‌ର ଗ୍ୟାଷ୍ଟ୍ରୋ ବିଭାଗର ମୁଖ୍ୟ ପ୍ରଫେସର (ଡ.) ଗିରିଶ କୁମାର ପତି, ସହଯୋଗ କରିଥିଲେ ପ୍ରଫେସର (ଡ) ଜିମ୍ମୀ ନାରାୟଣ । ଅତିଥି ଓ ବକ୍ତାମାନଙ୍କୁ ସ୍ୱାଗତ କରିଥିଲେ ସଂଗଠନ ସଂପାଦକ ଆସୋସିଏଟ୍ ପ୍ରଫେସର (ଡ) ଅନୁରାଗ ଜେନା ଓ ଅନ୍ୟତମ ସଂଗଠନ ସଂପାଦକ, ଆସୋସିଏଟ୍ ପ୍ରଫେସର (ଡ) ମନଜିତ୍ କାନୁନଗୋ। ସମ୍ମିଳନୀର ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ଆସୋସିଏଟ୍ ପ୍ରଫେସର (ଡ) ସ୍ୱରୂପ କୁମାର ପଯ୍ଟନାୟକ, ଆସୋସିଏଟ୍‌ ପ୍ରଫେସର (ଡ) ଏସ୍‌. ରାକେଶ କୁମାର ଏବଂ ଆସିଷ୍ଟାଂଟ ପ୍ରଫେସର (ଡ) ବଶିଷ୍ଠ ପାଲନଟି।

Leave A Reply

Your email address will not be published.