ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ

0

ହାଇଦ୍ରାବାଦ: ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ। ଆଇପିଏଲ ୨୦୨୫ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସନ ରାଇଜର୍ସ ହାଇଦ୍ରାବାଦର ଖେଳାଳିମାନେ ଯେଉଁ ହୋଟେଲରେ ରହୁଥିଲେ ସେଠାରେ ନିଆଁ ଲାଗିଛି। ହୋଟେଲର ତୃତୀୟ ମହଲାରେ ଥିବା ସ୍ପା’ରେ ନିଆଁ ଲାଗିଥିବା ସୂଚନା ମିଳିଛି। ହାଇଦ୍ରାବାଦର ବଞ୍ଜାରା ହିଲ୍ସ ପାର୍କ ହ୍ୟାତ ହୋଟେଲରେ ଖେଳାଳିମାନେ ରହିଥିଲେ। ସବୁଠାରୁ ବଡ଼ କଥା ହେଉଛି, ହୋଟେଲରେ ଯେଉଁ ସମୟରେ ନିଆଁ ଲାଗିଥିଲା, ସେତେବେଳକୁ ଖେଳାଳିମାନେ ହୋଟେଲ ପରିସରରୁ ବାହାରି ସାରିଥିଲେ।

ଏହି ଅଗ୍ନିକାଣ୍ଡ ଘଟଣାରେ ହୋଟେଲରେ ଥିବା କୌଣସି ଅତିଥି କି ଖେଳାଳିଙ୍କର କିଛି କ୍ଷତି ଘଟି ନାହିଁ। ଅଫିସିଭାଲ ଭାବେ ଏନେଇ ସୂଚନା ଦିଆଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଯାଞ୍ଚ ଚାଲିଛି। ଆସନ୍ତା ଗୁରୁବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଖେଳିବ। ସେଥିପାଇଁ ପୂରା ଟିମ୍ ସକାଳୁ ହିଁ ବିମାନବନ୍ଦର ଅଭିମୂଖେ ଯାତ୍ରା କରିସାରିଥିଲା। ତେଣୁ ଖେଳାଳିମାନେ ଏହି ଘଟଣାରେ ପ୍ରଭାବିତ ହୋଇନଥିଲେ।

Leave A Reply

Your email address will not be published.